ପୁଣି ଚର୍ଚ୍ଚାରେ ବାଲେଶ୍ୱରର ସୋର ଉପକାରାଗାର: ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି ବିଚାରଧିନ କଏଦୀ

146

କନକ ବ୍ୟୁରୋ: ପୁଣି ବିବାଦରେ ବାଲେଶ୍ୱର ଜିଲ୍ଲାର ସୋର ଉପକାରାଗାର । ବିଭିନ୍ନ ସମୟରେ ବିଭିନ୍ନ ଅନୀୟମିତତାକୁ ନେଇ ଚର୍ଚ୍ଚାକୁ ଆସିଥିବା ଏହି ଜେଲରୁ ଫେରାଏ ହୋଇଯାଇଛନ୍ତି ଜଣେ ବିଚାରଧୀନ କଏଦୀ । ଏକ ଦୁଷ୍କର୍ମ ମାମଲାରେ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଅଂଚଳରୁ ଗିରଫ ହୋଇ ସୋର ସବ୍ ଜେଲରେ ରହୁଥିବା ବିଚାରଧୀନ କଏଦୀ ସୁଦାମ ଆଜି ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି । ସେ ଏହି ବିଲ ଦେଇ କୁଆଡେ ଚାଲି ଯାଇଛନ୍ତି । ଏଯାଏଁ ତାଙ୍କର ପତା ମିଳୁନଥିବା ବେଳେ ଜେଲ କର୍ମଚାରୀ ଧାନ ବିଲରେ କଏଦୀଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି । ଜେଲର ମଧ୍ୟ ମଧ୍ୟ ନିଜ ସ୍କୁଟିକୁ ବିଲ ହୁଡାରେ ରଖି ଖୋଜାଖୋଜି କରି ଫେରିଛନ୍ତି ।

କିନ୍ତୁ କଏଦୀଙ୍କର କୌଣସି ପତା ମିଳିନାହିଁ । ତେବେ କଏଦୀ ଜଣଙ୍କ କେମିତି ଜେଲରୁ ଫୋରର ହେଲେ ବୋଲି ପଚାରିବାରୁ କୌଣସି ଉତର ନଦେଇ ଜେଲର ପ୍ରିୟମ୍ବଦା ପଣ୍ଡା ଚାଲି ଯାଉଛନ୍ତି । ଦେଖନ୍ତୁ କିଭଳି ଢଙ୍ଗରେ ଜେଲର ମ୍ୟାଡମ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଚାଲି ଯାଉଛନ୍ତି । କଏଦୀ ଜଣଙ୍କ କେମିତି ଫେରାର ହେଲେ, ସେ ବାବଦରେ ବିଲକୁଲ୍ ମୁହଁ ଖୋଲି ନାହାନ୍ତି । ବରଂ ପ୍ରଶ୍ନ ପଚାରିବା ବେଳେ ଗାଡି ଷ୍ଟାର୍ଟ କରି ଚାଲି ଯାଇଛନ୍ତି ।