ରେଡିଓକୁ ପୁଣି ଲୋକଙ୍କ ପାଖରେ ପହଁଚାଇବାର ନୂଆ ତରିକା : ଏବେ ଆମାଜନ ଇକୋରେ ଶୁଣି ପାରିବେ ଅଲ୍ ଇଣ୍ଡିଆ ରେଡିଓ !

32

ନୂଆ ଦିଲ୍ଲୀ : ରେଡିଓ ଶୁଣିବାକୁ ଯେଉଁ ମଜା ଥାଏ , ତାହା ଅନ୍ୟ କେଉଁ ଜିନିଷରୁ ମିଳିନଥାଏ । ଏମିତିରେ ଯଦି ରେଡିଓକୁ ସ୍ମାର୍ଟ ଡିଭାଇସ ସହ ଯୋଡା ଯାଏ ତ ମ୍ୟୁଜିକର ମଜା ନିଆରା ହୋଇଯାଏ । ରେଡିଓକୁ ପୁଣି ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଲ୍ ଇଣ୍ଡିଆ ରେଡିଓ (AIR) ଆମାଜନ ସହ ହାତ ମିଳାଇଛନ୍ତି । ଏହାପରେ ଆପଣ ଆମାଜନEcho ଡିଭାଇସରେ ମଧ୍ୟ ଅଲ୍ ଇଣ୍ଡିଆ ରେଡିଓ ଚ୍ୟାନେଲକୁ ଶୁଣି ପାରିବେ ।

କହିରଖୁଛି ଯେ , ଆମାଜନ ଇକୋ ଆର୍ଟିଫିସଲ ଇଂଟେଲିଜେନ୍ସ ଆଧାରିତ ଏକ ଏମିତି ଡିଭାଇସ୍ , ଯାହା ଭାଇସ୍ କମାଣ୍ଡରେ କାମ କରେ । ଏଆଇଆରର ଡାଇରେକ୍ଟର ଜେନେରାଲ୍ ଏଫ୍ ସହରୟାର କହିଛନ୍ତି , ‘ବିଶ୍ୱର ବିଭିନ୍ନ ପ୍ରକାରର ଲୋକ ଏଆଇଆରର ଲୋକାଲ୍ ଏବଂ ଗ୍ଲୋବାଲ୍ ସର୍ଭିସେସ୍ ର ଲାଭ ଆମାଜନ ଇକୋର ସାହାଯ୍ୟରେ ଉଠାଇପାରିବେ । ’

ସେ ପୁଣି କହିଛନ୍ତି , ‘ଆମେ ନିଜେ ପରିବର୍ତ୍ତନୀୟ ଟେକନିକ୍ ସହ ବଦଳୁଅଛୁ । ଆମେ ୧୦ ଦିନ ପୂର୍ବରୁ ଆମାଜନ୍ ସହ ହାତ ମିଳାଇଛୁ । ଏବଂ ଖୁବ୍ ଶୀଘ୍ର ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଯିବ ।’ ଅଲ୍ ଇଣ୍ଡିଆ ରେଡିଓ ଏଫ୍ ଗୋଲ୍ଡ, ଏଫ୍ ରେନବୋ , ବିିବିଧ ଭାରତୀ ଭଳି ୧୭ ସ୍ଥାନୀୟ ସେବାଗୁଡିକ ସହ ୧୫ଟି କ୍ଷେତ୍ରୀୟ ଭାଷାରେ ନିଜର ସେବା ଦେବ । ଏହା ବ୍ୟତୀତ ୨୭ ଗ୍ଲୋବାଲ୍ ସର୍ଭିସ ମଧ୍ୟ ଏଆଇଆର୍ ପାଖରେ ଅଛି । ଏସବୁ ଆମାଜନ୍ ଇକୋରେ ମଧ୍ୟ ଉପଲବ୍ଧ ହେବ ।

( ସୌଜନ୍ୟ-ନବଭାରତ ଟାଇମ୍ସ)