ଅଫିସରଙ୍କୁ ମିଡିିଆ ମନା ! ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

28

କନକ ବ୍ୟୁରୋ : ଅଫିସରଙ୍କୁ ମିଡିିଆ ମନା । ଏଣିକି ରାଜ୍ୟ ସରାକରଙ୍କ କୌଣସି କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ବିବୃତ୍ତି ରଖିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଏ କେ ମୀନା ବିଜ୍ଞପ୍ତି ଜାରି କରିଛନ୍ତି । ଚିଠିରେ କୁହାଯାଇଛି ଅଫିସରମାନେ ସରକାରଙ୍କ କାର୍ଯ୍ୟଶୈଳୀ ନେଇ କୌଣସି ବିବାଦୀୟ ମନ୍ତବ୍ୟ ରଖିପାରିବେ ନାହିଁ । ରାଜ୍ୟ ଓ କେନ୍ଦ୍ର ସରାକର ତଥା ବିଭିନ୍ନ ରାଜ୍ୟର ସରାକରଙ୍କୁ ନେଇ ସମାଲୋଚନା କରିପାରିବେ ନାହିଁ ।

ଏମିତିକି ଖବରକାଗଜରେ ସ୍ତମ୍ଭ ଲେଖିବା ଓ ବୈଦ୍ୟୁତିକ ଗଣମାଧ୍ୟମର ବିତର୍କରେ ସାମିଲ ହେବ ପାଇଁ ବି ମନା କରାଯାଇଛି । ଏନେଇ ସର୍ଭିସ ରୁଲରେ ନିୟମ ଥିବା କହିଛନ୍ତି ସ୍ୱତନ୍ତ୍ର ସଚିବ । କିନ୍ତୁ ପ୍ରଶ୍ନ ଉଠୁଛି ହଠାତ ଏଭଳି ନିୟମକୁ କଡାକଡି କରିବାକୁ କାହିଁକି ତତ୍ପର ହୋଇ ଉଠିଲେ ରାଜ୍ୟ ସରକାର । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ସାଂସଦ ମାନଙ୍କୁ ବିନା ପରାମର୍ଶରେ ପ୍ରତିକ୍ରିୟା ଦେବା ନେଇ କଟକଣା ଜାରି କରିଛନ୍ତି । ଆଉ ଏବେ ହଠାତ ସରାକରୀ କର୍ମଚାରୀଙ୍କୁ ଗଣମାଧ୍ୟମରୁ ଦୂରେଇ ରଖିବା ପାଇଁ ପ୍ରଶାସନିକ ସ୍ତରରେ କଡା ନିର୍ଦ୍ଦେଶ ଦିଆଯାଉଛି । ପ୍ରଶ୍ନ ଉଠୁଛି ଅଡୁଆ ଭିତରେ ସ୍ଥିତି ସମ୍ଭାଳିବା ପାଇଁ ଇଏ ଏକ ନୂଆ ଷ୍ଟ୍ରାଟେଜି କି?