ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ ! ଭୁବନେଶ୍ୱର କାନନବିହାରରରୁ ଅଟୋ ଚାଳକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
କନକ ବ୍ୟୁରୋ : ରାଜଧାନୀରେ ହତ୍ୟାକାଣ୍ଡ । ଭୁବନେଶ୍ୱର କାନନବିହାର ଅଂଚଳରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତ ଯୁବକ ବାଲେଶ୍ୱରରେ ଶିବଶଙ୍କର ମହାନ୍ତି ବୋଲି ଜଣାପଡିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବଶଙ୍କରଙ୍କ ମୃତଦେହକୁ ଜବତ କରିଛି ପୁଲିସ । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ପୂର୍ବ ଶତ୍ରତାରୁ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp