ସ୍ୱାଭାବିକ ହେଲା ପାଣିପାଗ । ତାତି ବଢିବ ୮ରୁ ୧୦ ଡିଗ୍ରୀ !

62

କନକ ବ୍ୟୁରୋ : ଦୁଇଦିନର ବର୍ଷା ଓ ଥଣ୍ଡା ପରେ ଗୁରବାର ସ୍ୱାଭାବିକ ହୋଇଛି ପାଣିପାଗ । ବଢିଛି ତାତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡି ଓ ଥଣ୍ଡା ଯୋଗୁଁ ଶୀତ ଦିନର ଭ୍ରମ ସୃଷ୍ଟି ହୋଇଥିଲା । ତେବେ ଦିନ ବଢିବା ସହ ତାତି ମଧ୍ୟ ବଢିଛି । କୋହଲା ପାଗ ଓ ବର୍ଷାରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରଛି
-ରାଜ୍ୟରେ ୨୨ରୁ ୨୪ ତାରିଖ ଯାଏଁ ପାଗ ଶୁଖିଲା ରହିବ
-୨-୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିପାରେ
-୨୫ ତାରିଖରେ ପଶ୍ଚିମାଝଡ ପ୍ରଭାବରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ହାଲୁକା ବର୍ଷା ଚେତାବନୀ
-୨୯-୨୭ ପାଗ ଶୁଖିଲା ରହିବ
-ମାର୍ଚ୍ଚ ଶେଷ ଆଡକୁ ୩୯-୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା

କାଳବୈଶାଖୀ ବର୍ଷା ସିନା ଛାଡିଗଲା, କିନ୍ତୁ ଚାଷୀଙ୍କୁ ଦେଇଗଲା ଦୁଃଖ । ପାଣିରେ ଭାସୁଛି ଚାଷୀର ପରିଶ୍ରମ । ବାଲେଶ୍ୱର ଭୋଗରାଇ ଅଂଚଳରେ ବ୍ୟାପକ ତରଭୁଜ ଚାଷ ନଷ୍ଟ ହୋଇଛି । ଚାଷ ଜମିରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ୩ରୁ ୪ କେଜି ଓଜନର ତରଭୁଜ ପାଣିରେ ପଡି ରହିଛି । ପାଣିରେ ବୁଡି ରହିଛି ଜଳେଶ୍ୱର ଅଂଚଳର ହେକ୍ଟର ହେକ୍ଟର ଚିନାବାଦାମ ଚାଷ । ୧୨ ଘଂଟାରୁ ଅଧିକ ସମୟ ଧରି କ୍ଷେତରେ ପାଣି ଜମି ରହିଥିବାରୁ ଚିନାବାଦମ ଏବେ ଗଜା ହେବାକୁ ବସିଲାଣି ।

ବୁଧବାରଦିନ ରାଜ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ଖସିଥିଲା । ଭୁବନେଶ୍ୱର, କଟକ, ଚାନ୍ଦବାଲିରେ ତାପମାତ୍ର ରେକର୍ଡ କରିଥିଲା । ଭୁବନେଶ୍ୱରରେ ତାପମାତ୍ରା ୧୯.୨ ଡିଗ୍ରୀ ରହିଥିଲା । ତେବେ ପାଗ ସ୍ୱାଭାବିକ ହେବା ପରେ ଆଜିଠାରୁ ତାପମାତ୍ରା ବଢିବା ଆରମ୍ଭ କରିଛି ।