ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଅଭିଯୋଗ: ସୋନିଆ ଗାନ୍ଧୀ କହିଲେ, କଂଗ୍ରେସକୁ ଆର୍ଥିକ ସ୍ତରରେ ‘ପଙ୍ଗୁ’ କରିଦେବାକୁ ହୋଇଛି ଷଡ଼ଯନ୍ତ୍ର

182

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ସପ୍ତାହ ପୂବ ର୍ରୁ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଆର୍ଥିକ ସ୍ତରରେ ପଙ୍ଗୁ କରିଦେବାକୁ ଷଡଯନ୍ତ୍ର କରିଛନ୍ତି । ଏହା କେବଳ କଂଗ୍ରେସ ପାଇଁ ନୁହେଁ ଦେଶର ଗଣତନ୍ତ୍ର ପ୍ରତିି ବିପଦ । ଲୋକମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ପାଣ୍ଠିକୁ ଫ୍ରିଜ୍ କରିବା ସହ ବଳପୂର୍ବକ କାଢି ନିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସୋନିଆ । ଯାହାକୁ ନେଇ ଆଜି ଦେଶର ରାଜନୀତି ସରଗରମ ହୋଇପଡିଛି ।

ଗୁରୁବାର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡର୍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଆକାଉଂଟ ଫିଜ୍ ସହ ନିର୍ବାଚନ କମିସନଙ୍କ ନିଯୁକ୍ତି, ଇଲୋକ୍ଟୋରାଲ ବଣ୍ଡକୁ ନେଇ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦଳର ବ୍ୟାଙ୍କ ଆକାଉଁଟ୍ ଫ୍ରିଜ୍ ହୋଇଥିବାରୁ ନେତାମାନେ ବିମାନରେ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁ ନାହାଁନ୍ତି । ନିର୍ବାଚନର ଦୁଇ ମାସ ପୂର୍ବର ଆକାଉଂଟ ଫିଜ୍ ଯୋଗୁ ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କରିପାରୁନଥିବା କହିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ଅଭିଯୋଗର ଯବାବ ରଖି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି, ଲୋକେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି । ନିର୍ବାଚନ ହାରିବା ଭୟରେ ଦଳର ମୁଖ୍ୟ ନେତାମାନେ ଏଭଳି ଅଭିଯୋଗ ଆଣିଛନ୍ତି । ନିଜର ଭୁଲ ସୁଧାରିବା ପରିବେର୍ତ ସେମାନେ ଦେଶର ସଂସ୍ଥାକୁ ବନ୍ଦନାମ କରୁଛନ୍ତି ।

ଗତ ମାସରେ କଂଗ୍ରେସ ଆକାଉଂଟର ୧୧୫ କୋଟି ଟଙ୍କାକୁ ଫ୍ରିଜ୍ କରିଛି ଆୟକର ବିଭାଗ । ଏପରିକି ଆକାଉଂଟରେ ଥିବା ୨୮୫ କୋଟି ଟଙ୍କା ଦଳ ବ୍ୟବହାର କରିପାରୁନଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ୨୦୧୮-୧୯ ମସିହା ଏବଂ ପୂର୍ବରୁ ବାକିଥିବା ଟିକସ ଏବଂ ପେନାଲ୍ଟି ପାଇଁ ଆୟକର ବିଭାଗ ଟଙ୍କା ଫ୍ରିଜ୍ କରିଥିବା ସୂଚନା ମଳିଛି ।