ମେଂଟକୁ ବିଜେଡି ସୁପ୍ରିମୋଙ୍କ ନାଁ : ନବୀନ କହିଲେ, କଂଗ୍ରେସ ସହ ମେଂଟର ପ୍ରଶ୍ନ ଉଠୁନି

31

ବାଲେଶ୍ୱର : ମହାମେଂଟକୁ ମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ସିମୁଳିଆ ସଭାରେ ନବୀନ ସ୍ପଷ୍ଟ କରିଛନ୍ତି, କୌଣସି ଦଳ ସହ ମେଂଟ କରିବନି ବିଜେଡି । ନିଜ ବଳରେ ଏକାଏକା ଦଳ କାମ କରିବ ବୋଲି ସେ କହିଛନ୍ତି । ଫଳରେ ବିଜେପିକୁ ବିରୋଧ କରି ଜାତୀୟ ସ୍ତରରେ ଯେଉଁ ମହାମେଂଟର ଯୋଜନା ହେଉଛି, ବିଜେଡି ସେଥିରୁ ଦୂରେଇ ରହିବ ବୋଲି ସ୍ପଷ୍ଟ ହୋଇଛି ।

ଗତକାଲି କିଛି ଗଣମାଧ୍ୟମରେ ସାଂସଦ ଭର୍ତୃହରି ମହତାବ କଂଗ୍ରେସ ଅଛୁଆଁ ନୁହେଁ ବୋଲି କହିଥିଲେ । ଆବଶ୍ୟକ ପଡିଲେ କଂଗ୍ରେସ ସହ ମେଂଟ ହୋଇପାରେ ବୋଲି ମଧ୍ୟ ସେ ଇସାରା ଦେଇଥିଲେ ।

ଏହାପରେ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ନେତୃତ୍ୱରେ ମହାମେଂଟରେ ବିଜେଡିର ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସିମୁଳିଆ ସଭାରେ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନ୍ୟୁଜ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :