କନକ ବ୍ୟୁରୋ : ପ୍ରେମିକ, ପ୍ରେମିକାଙ୍କ ସୁରକ୍ଷା କବଚ । ପ୍ରେମ ଦିବସରେ ପ୍ରେମୀ ଯୁଗଳଙ୍କୁ ନାଲିଆଖି ଦେଖାଉଥିବା ସଂଗଠନ ବିରୋଧରେ ସାମ୍ନାକୁ ଆସିଲା ଏକ ନୂଆ ସଂଗଠନ । ଭାଲେଂଟାଇନ୍ସ ଡେରେ ରାଜଧାନୀ ଭୁବନେଶ୍ୱରର ପାର୍କ ଓ ସପିଂ ମଲ ସାମ୍ନାରେ ବସିରହିଲେ ଗଣତାନ୍ତ୍ରିକ ମହିଳା ସମିତିର ସଦସ୍ୟ । ସେପଟେ ଗଣ୍ଡଗୋଳ ଓ ବିରୋଧ ଆଶଙ୍କାରେ ପୋଲିସ ସୁରକ୍ଷା ବି ଦେଖିବାକୁ ମିଳିଥିଲା ରାଜଧାନୀରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାଲେଂଟାଇନ ଡେରେ, ପ୍ରେମୀ ଯୁଗଳଙ୍କୁ ବିରୋଧ କରିବା ପାଇଁ ଭୁବନେଶ୍ୱରର ଏକ ମଲକୁ ମାଡି ଆସିଥିଲେ ବଜରଙ୍ଗ କର୍ମୀ । କିନ୍ତୁ ଦୃଶ୍ୟ ପୁରା ଓଲଟା ହୋଇଗଲା । ପାଲଟା ବଜରଙ୍ଗ ଦଳ କର୍ମୀଙ୍କୁ ଘେରିଗଲେ, ନିଦ୍ଦିଷ୍ଟ ମହିଳା ସଙ୍ଗଠନ । ପ୍ରେମୀ ଯୁଗଳଙ୍କୁ ନାଲି ଆଖି ଦେଖାଇ ନିଜକୁ ସଂସ୍କୃତି ଓ ପରମ୍ପରାର ରକ୍ଷକ ବୋଲାଉଥିବା ଉନ୍ମତ ଯୁବକଙ୍କୁ ଏବେ ନାଲି ଆଖି ଦେଖାଉଛି ଏକ ନୂଆ ସଙ୍ଗଠନ । ଆଜି ଦିନ ତମାମ ଏହି ସଙ୍ଗଠନ ରାଜଧାନୀ ଭୁବନେଶ୍ୱରରେ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଇଥିଲା ।
ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେଉଥିବା ମହିଳା ସଙ୍ଗଠନ – ଗଣତାନ୍ତ୍ରିକ ମହିଳା ସମିତି । ଏମାନେ ଜଗି ରହିଛନ୍ତି ପ୍ରେମୀ ଯୁଗଳଙ୍କୁ । ହାତରେ ପ୍ଲାକାର୍ଡ, ପତାକା ଧରି ନାରାବାଜି ବି କରୁଛନ୍ତି । ଲକ୍ଷ ଗୋଟିଏ ପ୍ରେମୀ ଯୁଗଳଙ୍କୁ ସମର୍ଥନ । କୌଣସି ଦଳ ଯଦି ପ୍ରେମୀ ଯୁଗଳଙ୍କୁ ହାତ ଲଗାଇବା ଦୁରରେ ଥାଉ ଘଉଡାଇବା ବି ଆରମ୍ଭ କଲା ତାହେଲେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଗଣ୍ଡଗୋଳ ଆଶଙ୍କାରେ ରାଜଧାନୀରେ ବଡ ବଡ ପାର୍କ ଗୁଡିକ ବନ୍ଦ ରହିଥିଲା । କିଛି ସଙ୍ଗଠନ ପକ୍ଷରୁ ବିରୋଧ ହେବାର ଆଭାଷ ପାଇ ପାର୍କ ଭିତରେ ପୁଲିସ ବି ମୃତୟନ ହୋଇଥିଲା । ବିରୋଧର ଧମକ ଦେଇଥିବା କଳିଙ୍ଗସେନାକୁ ପୁଲିସ ବିରୋଧ କରିବା ଆଗରୁ ଉଠାଇ ନେଇଥିଲା ।