ନଈ କୂଳରେ କର୍ମଚାରୀ! କାମ କଲାନି ଓଡ଼ିଶା ନେଟୱର୍କ, ଛତିଶଗଡର ୪-ଜି ସେବାକୁ ଭରସା

ସାବେରୀ କୂଳରେ ବସି ସରକାରୀ କାମ କଲେ ମାଲକାନଗିରି ମୋଟୁ ତହସିଲ କର୍ମଚାରୀ

458

କନକ ବ୍ୟୁରୋ: ନଈ କୂଳରେ କର୍ମଚାରୀ । କାମ କଲାନି ଓଡ଼ିଶା ନେଟୱର୍କ, ଛତିଶଗଡର ଫୋର୍ ଜି ସେବାକୁ ଭରସା । ମାଲକାନଗିରି ସାବେରୀ କୂଳରେ ବସି ସରକାରୀ କାମ କରୁଛନ୍ତି ମୋଟୁ ତହସିଲ କର୍ମଚାରୀ । ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ କାର୍ଯ୍ୟାଳୟରେ ଏବେ ବି ସ୍ଥାୟୀ ଇନ୍ଟରନେଟ ସେବା ନାହିଁ ।

 

ଜାତି ଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ପରି ବହୁ ଗୁରୁତ୍ୱପୁର୍ଣ କାମ ଲାଗି ଅଧିକାରୀ ନିର୍ଭର କରୁଛନ୍ତି ପଡୋଶୀ ରାଜ୍ୟର ଇଂଟରନେଟ ସେବା ଉପରେ । ଛତିଶଗଡର ଫୋର୍-ଜି ଇଂଟରନେଟ ସେବା ପାଇଁ ମୋଟୁ ତହସିଲଦାର ଓ କର୍ମକର୍ତା ସାବେରୀ ନଈ କୁଳରେ ବସି ଛତିଶଗଡର ଇଂଟରନେଟ ସେବାକୁ ଭରସା କରି ଅଫିସ କାମ କରୁଛନ୍ତି । କାରଣ ସେଠାରେ ଧରୁଛି ଛତିଶଗଡର ୪-ଜି ସେବା ।