ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିିଙ୍ଗ୍ । ଟପ୍ ଶହେ ତାଲିକାରେ ନାହିଁ ରାଜ୍ୟର କୌଣସି ସରକାରୀ କଲେଜ 

188

କନକ ବ୍ୟୁରୋ: ଓଡିଶାର ଶିକ୍ଷାନୁଷ୍ଠାନ କେତେ ଭଲ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାର ସବୁଠାରୁ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ଜଣାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ୯୦ତମ ସ୍ଥାନରେ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱାର୍କ ପକ୍ଷରୁ ପ୍ରକାଶ ପାଇଥିବା ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଚଳିତ ବର୍ଷ ଓଡିଶାକୁ ନିରାଶ ହେବାକୁ ପଡିଛି । ଏପରିକି ଟପ୍ ଟେନ୍ ମଧ୍ୟରେ ଓଡିଶାର କୌଣସି ଶିକ୍ଷାନୁଷ୍ଠାନ ନଥିବା ଚିନ୍ତାର ବିଷୟ ପାଲଟିଛି ।

  • ଶିକ୍ଷାନୁଷ୍ଠାନ ରାଙ୍କି ତାଲିକାରେ ଓଡିଶା ନିରାଶ
  • ପ୍ରଥମ ୧୦ ମଧ୍ୟରେ ନାହିଁ ରାଜ୍ୟର କୌଣସି କଲେଜ

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱାର୍କ ପକ୍ଷରୁ ଦେଶର ଟପ କଲେଜ ଓ ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଏନଆଇଆରଏଫ ପକ୍ଷରୁ ଦେଶର ଟପ୍ ଶିକ୍ଷାନୁଷ୍ଠାନ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷାନୁଷ୍ଠାନ ଟପ ୧୦୦ ବିଶ୍ୱବିଦ୍ୟାଳୟ ରାଙ୍କିଂ ତାଲିକାରେ

  • ପ୍ରଥମ – ଆଇଆଇଟି ବାଙ୍ଗାଲୋର
  • ଦ୍ୱିତୀୟ-ଜେଏନୟୁ ନୂଆଦିଲ୍ଲୀ
  • ତୃତୀୟ-ଜାମିୟା ମିଲିୟା ଇସଲାମିଆ ୟୁନିର୍ଭସିଟି, ନୂଆଦିଲ୍ଲୀ

ଦେଶର ଟପ ୧୦୦ ବିଶ୍ୱବିଦ୍ୟାଳୟ ଓଡିଶାର ୩ଟି ୟୁନିର୍ଭସିଟି ସ୍ଥାନ ପାଇଛି । ସେଗୁଡିକ ହେଲା…

  • ସୋଆ- ୧୬ ତମ ରାଙ୍କ
  • କିଟ୍- ୨୦ ରାଙ୍କ
  • ଉତ୍କଳ ବିଶ୍ୱବିଦ୍ୟାଳୟ- ୯୦ ତମ ସ୍ଥାନରେ ରହିଛି

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କି କରାଯାଇଛି ।  ଶିକ୍ଷାନୁଷ୍ଠାନରେ ପାଠପଢା, ଭିତିଭୂମି, ଗବେଷଣାକୁ ମାପକାଠି ଭାବେ ନିଆଯାଇଛି । ତେବେ ଓଡିଶାର କୌଣସି ଶିକ୍ଷାନୁଷ୍ଠାନ ଟପ ଟେନରେ ସ୍ଥାନ ପାଇନାହିଁ । ବିଶେଷ କରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ପଛରେ ପଡି ଯାଇଛି ।

ତେବେ ସାମଗ୍ରିକ ରାଙ୍କିରେ ସୋଆ-୩୦, କିଟ-୩୪, ନିଟ୍- ୩୯ ଓ ଆଇଆଇଟି-୬୫ତମ ସ୍ଥାନରେ ରହିଛି । ସେହିପରି ଇଞ୍ଜିନିୟରିଂରେ ନିଟ୍ ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ରାଙ୍କ ମିଳିଛି । କିଟ୍ ୪୨ ଓ ସିଭି ରମଣ କଲେଜ ୯୮ ତମ ସ୍ଥାନରେ ରହିଛି । ମେଡିକାଲ ଶିକ୍ଷାରେ ଦିଲ୍ଲୀ ଏମସ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶାର ସୋଆ ୧୮, ଏମ୍ସ  ୨୬, କିଟ୍-୩୦ ଓ ଏସସିବି ୪୪ ତମ ସ୍ଥାନରେ ରହିଛି ।

ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ  ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କି ଫ୍ରେମୱର୍କ ବା ଏନଆଇଆରଏଫ ପକ୍ଷରୁ ଶ୍ରେଷ୍ଠ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତାଲିକା ଘୋଷଣା ହୋଇଥାଏ ।