ଆଜି ସମ୍ପ୍ରସାରଣ ହେବ ବିହାର ମନ୍ତ୍ରୀମଣ୍ଡଳ : ସକାଳ ସାଢେ ୧୧ ଟାରେ ରାଜଭବନରେ ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ

80

କନକ ବ୍ୟୁରୋ : ସରକାର ଗଠନ ହେବା ୬ ଦିନ ପରେ ଆଜି ବିହାର କ୍ୟାବିନେଟର ସମ୍ପ୍ରସାରଣ  ହେବ । ମହାଗଠବନ୍ଧନର ନୂଆ ମନ୍ତ୍ରୀମଣ୍ଡଳରେ ୩୦ ଜଣ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ଆଜି ସକାଳ ସାଢେ ୧୧ ଟା ବେଳେ ବିହାର ରାଜଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ତେବେ ଏହି ଉତ୍ସବରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରୀମଣ୍ଡଳରେ ୩୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି । ତେବେ ମନ୍ତ୍ରୀମଣ୍ଡଳରେ ଆରଜେଡି, ଜେଡିୟୁ ବିଧାୟକଙ୍କ ସହ କିଛି କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯିବା ନେଇ ସୂଚନା ମିଳିଛି ।