ଭାରତର ବିରୋଧ ସତ୍ୱେ ଆଜି ଶ୍ରୀଲଙ୍କାରେ ପହଞ୍ଚିବ ଚୀନର ଗୁଇନ୍ଦା ଜାହାଜ : ଏପେଟ ସଜାଗ ଭାରତର ଗୁଇନ୍ଦା ବିଭାଗ

198

କନକ ବ୍ୟୁରୋ : ଭାରତର ବିରୋଧ ସତ୍ତ୍ୱେ ଚୀନର ସାଟେଲାଇଟ୍ ଏବଂ ମିଶାଇଲ ଟ୍ରାକିଂ ଜାହାଜ ଆଜି ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ପହଞ୍ଚିବ । ଚୀନ ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇଛି । କିନ୍ତୁ ଶ୍ରୀଲଙ୍କା ସହ ଏନେଇ ଚୀନ ପକ୍ଷରୁ ବିସ୍ତୃତ ଭାବେ କୌଣସି ଆଲୋଚନା କରିବାକୁ ଚୀନ ମନାକରିଦେଇଛି । ଶ୍ରୀଲଙ୍କା ଚୀନର ଏହି ଗୁଇନ୍ଦା ଜାହାଜ ୱାନ ୱାଙ୍ଗ୍ -୫କୁ ତାଙ୍କ ବନ୍ଦରରେ ପହଞ୍ଚିବାକୁ ଅନୁମତି ପ୍ରଦାନ କରିଛି ।

ଭାରତ ଚୀନର ଏହି ଜାହାଜକୁ ହାମ୍ବନତୋଟା ବନ୍ଦରରେ ପହଞ୍ଚିବାକୁ ବାରଣ କରିଥୁବା ବେଳେ ଚୀନ ପକ୍ଷରୁ କୁହାଯାଇଛି ଯେ, କିଛି ଦେଶ ସୁରକ୍ଷା ଦୃଷ୍ଟିରୁ ଆମର ଏହି ଜାହାକୁ ଶ୍ରୀଲଙ୍କା ବନ୍ଦରରେ ପହଞ୍ଚିବାକୁ ବାରଣ କରୁଛନ୍ତି, ଯାହା ଠିକ୍ ନୁହେଁ । ତେବେ ଶ୍ରୀଲଙ୍କାରେ ଚୀନର ଏହି ଜାହାଜ ଅଗଷ୍ଟ ୧୧ ରୁ ୧୭ ମଧ୍ୟରେ ପହଞ୍ଚିବ ବୋଲି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁୁ କୁହାଯାଇଥିଲା । ତେବେ ଏହି ଜାହାଜର ଗତୀବିଧି ଉପରେ ଭାରତ ନଜର ରଖିଛି । ଭାରତର ଗୁଇନ୍ଦା ବିଭାଗଗୁଠଡିକୁ ସତର୍କ କରାଯାଇଛି ।