ଇଣ୍ଡିଆମେଂଟ ବୈଠକର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ସେପ୍ଟେମ୍ବର ଶେଷ ସୁଦ୍ଧା ଦଳଗୁଡିଙ୍କ ଭିତରେ ଛିଣ୍ଡିବ ଆସନ ଭାଗବଂଟା, ନାହିଁ କୌଣସି ତିକ୍ତତା

159

କନକ ବ୍ୟୁରୋ : ଇଣ୍ଡିଆ ମେଂଟର ମୁମ୍ବାଇ ବୈଠକର ଠିକ ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ବୟାନ ଦେଇଛନ୍ତି । ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ନୀତିଶ କୁମାର । ଏଥିସହ ଆସନ ଭାଗବଂଟା ସମ୍ବନ୍ଧରେ ନୀତିଶ କହିଛନ୍ତି ଆସନ ଭାଗବଂଟାରେ କୌଣସି ଅସୁବିଧା ନାହିଁ । ସେପ୍ଟମ୍ବର ୩୦ସୁଦ୍ଧା ଆସନ ଭାଗବଂଟା କରାଯିବ । ବିଜେପି ସରକାର ଭାବୁଥିଲେ ବିରୋଧୀ ମେଂଟ ଗଠନ ହୋଇପାରିବନି । କିନ୍ତୁ ଏହା ସମ୍ଭବ ହୋଇଛି । ଏଥିସହ ଏକ ଦେଶ ଏକ ନିର୍ବାଚନ କରିବା ପଛରେ ବିଜେପି ସରକାରଙ୍କ ଭୟ ଲୁଚି ରହିଥିବା କହିଛନ୍ତି ନୀତିଶ ।