ନିଆଳିରେ ବଢ଼ୁଛି ସସପେନ୍ସ ! ଜଙ୍ଗଲ ମନ୍ତ୍ରୀ କହିଲେ, ‘ରାମଶିଆଳ ମାରୁଛି ମେଣ୍ଢା, ଭଅଁରା ଜଙ୍ଗଲ ନିକଟରେ ମିଳିଲା ପାଦ ଚିହ୍ନ’

137

କନକ ବ୍ୟୁରୋ : ନିଆଳିରେ ଚର୍ଚ୍ଚିତ ମେଣ୍ଢା ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ  ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ । ବିଜୟ ଶ୍ରୀ କହିଲେ ଭଅଁରାଗଡ ଜଙ୍ଗଲ ନିକଟରେ ରାମଶିଆଳର ପାଦ ଚିହ୍ନ ମିଳିଛି । ବର୍ତମାନ ସୁଧା ରାମଶିଆଳକୁ କେହି ଦେଖିନାହାଁନ୍ତି । ବନ ବିଭାଗର ୩ଟି ଟିମ୍ ଛାନଭିନ୍ କରୁଛନ୍ତି ।

ତେବେ ରାମଶିଆଳ ମେଣ୍ଢାର କଲିଜା ଚିରି ଖାଇଥାଏ ବୋଲି କହିଛନ୍ତି ବଜୟଶ୍ରୀ ।  ଏବଂ କହିଛନ୍ତି ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଦୃଶ୍ୟର କୌଣସି ସତ୍ୟତା ନାହିଁ । ଏହା ସହିତ ଲୋକମାନେ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।