ଦିବ୍ୟାଙ୍ଗ କାହ୍ନାର ଦୁଃଖ ବୁଝିବ କିଏ ? ଟ୍ୟୁସନ୍ କରି ରୋଗୀଣା ବାପାମା’ଙ୍କୁ ମୁଠାଏ ଦାନା ଯୋଗାଉଛନ୍ତି, ଦୃଷ୍ଟି ଦିଅନ୍ତୁ ସରକାର

682
କନକ ବ୍ୟୁରୋ : ପିଲାଟି ଦିନରୁ ଭିନ୍ନକ୍ଷମ । ମୁଣ୍ତ ଗୁଞ୍ଜିବାକୁ ଘର ଖଣ୍ତିଏ ନାହିଁ । ଭଡ଼ା ଘରେ ରୋଗିଣା ବାପା ଓ ମାଆଙ୍କୁ ନେଇ ବିତିଛୁ ତାଙ୍କ ଜୀବନ। ଭିନ୍ନକ୍ଷମ ଭତ୍ତା ଓ ଟ୍ୟୁସନରୁ ଯେଉଁ ଦି ପଇସା ମିଳୁଛି ସେଥିରେ ଚଳୁଛି ତାଙ୍କ ପରିବାର । ଘର ଖଣ୍ତିଏ ଲାଗି ୪ ବର୍ଷ ହେଲା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ । ବ୍ରହ୍ମପୁର କରଣ ସାହିର କାହ୍ନା ପ୍ରଶାସନର ଅସହଯୋଗ ଲାଗି ଏବେ ଅସହାୟ ହୋଇପଡ଼ିଛନ୍ତି ।
ବ୍ରହ୍ମପୁର ବଡବଜାର ଥାନା ଅର୍ନ୍ତଗତ କରଣ ସାହିର ରାଜେନ୍ଦ୍ର ମହାପାତ୍ର ଓ ସୁମତିଙ୍କ ଏକମାତ୍ର ସନ୍ତାନ କାହ୍ନା । ରାଜେନ୍ଦ୍ର ମହାପାତ୍ର ଜଣେ କବାଡିବାଲା । ସ୍କ୍ରାପ ବିକ୍ରି କରି ଦୁଇ ପଇସା ଆଣିଲେ ତାଙ୍କ ପରିବାର ଚଳେ । ପାଞ୍ଚ ବର୍ଷ ବୟସରେ କାହ୍ନା ପୋଲିଓରେ ଆକ୍ରାନ୍ତ ହେଲେ । ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଏକରକମ ପଙ୍ଗୁ ହୋଇଗଲା । ଆର୍ଥିକ ବୋଝ ସାଙ୍ଗକୁ ପୁଅ ଏଭଳି ସ୍ଥିତି ଦେଖୃ ଭାଙ୍ଗିପଡିଲେ ରାଜେନ୍ଦ୍ର ଓ ସୁମତୀ । ଏସବୁ ସତ୍ତ୍ବେ ଭାଙ୍ଗି ପଡି ନ ଥିଲେ କାହ୍ନା।  ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ରଖି ପାଠ ପଢି ମାଟ୍ରିକ ପାସ କଲେ । କିନ୍ତୁ ପୁଅକୁ ଅଧିକ ପାଠ ପଢାଇବା ଲାଗି ରାଜେନ୍ଦ୍ରଙ୍କ ପାଖରେ ଅର୍ଥ ନ ଥିଲା । କାହ୍ନା ମାଟ୍ରିକ୍‌ ପାସ କରିବା ପରେ ନିଜେ କିଭଳି ପାଠ ପଢିବେ ସେଥିଲାଗି ଚିନ୍ତା କଲେ । ପାଠ ପଢ଼ି ଚାକିରି କରିବା ଲକ୍ଷ୍ୟ ନେଇ କାହ୍ନା ଟ୍ୟୁସନ କରିବା ସହ ନିଜେ ପାଠ ପଢିଲେ । ଟ୍ରାଇ ସାଇକେଲରେ ଘରକୁ ଘରକୁ ଯାଇ ଟ୍ୟୁସନ ପଢ଼ାଇବା ସହ ନିଜେ ପଢିଲେ ।
ଏଭଳି ବହୁ ସ˚ଘର୍ଷ ମଧ୍ୟରେ କାହ୍ନା ୨୦୧୩ ମସିହାରେ ଖଲ୍ଲିକୋଟ ସ୍ବୟ˚ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୩ ବାଣିଜ୍ୟ ପାସ କଲେ । ଇଚ୍ଛାଥିଲା ଉଚ୍ଚଶିକ୍ଷା ହାସଲ ସହ ସରକାରୀ ଚାକିରି କରିବେ । କିନ୍ତୁ ଭାଗ୍ୟ ସାଥ ଦେଲାନାହିଁ । ଅର୍ଥ ଅଭାବ ଓ ପରିବାରର ବୋଝ ଯୋଗୁଁ ଆଉ ଅଧିକ ପଢିବାକୁ ସକ୍ଷମ ହୋଇପାରିଲେ ନାହିଁ । ଆଉ ସେହିଦିନ ଠାରୁ କାହ୍ନା ଟ୍ୟୁସନ କରି ଆସୁଛନ୍ତି । କାହ୍ନା ୭୫ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ମାସିକ ୭ଶହ ଟଙ୍କା ଭତ୍ତା ମିଳୁଛି ।
ଭତ୍ତା ଓ ଟ୍ୟୁସନରୁ ମିଳୁଥିବା ଅର୍ଥରେ ଚଳୁଛି ତାଙ୍କର ପରିବାର । କିନ୍ତୁ ମୁଣ୍ତ ଗୁଞ୍ଜିବା ଲାଗି ଘରେ ଖଣ୍ତେ ନ ଥିବା ବେଳେ ଭଡା ଘର ରହି ଆସୁଛନ୍ତି । ଠିକଣା ସମୟରେ ଘର ଭଡା ନ ଦେଲେ ଘର ମାଲିକଙ୍କ ତାଗିଦା ଶୁଣିବାକୁ ପଡୁଛି । ଘର ତିଆରି କରିବା ଲାଗି ତାଙ୍କର ଜମି ଖଣ୍ତେ ବି ନାହିଁ । ଘର ଖଣ୍ତେ ପାଇବା ଲାଗି ୨୦୧୫ ମସିହାରୁ ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ତହସିଲଦାର, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଦୌଡୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ । ଏପରିକି ଏ ସ˚କ୍ରାନ୍ତରେ ସ୍ଥାନୀୟ ଏମ୍‌ପି, ବିଧାୟକ ଏବ˚ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବାରସ୍ଥ ହୋଇଥିଲେ ହେଁ ତାଙ୍କର ଗୁହାରି କେହି ଶୁଣୁ ନ ଥିବା କାହ୍ନା କୋହଭରା କଣ୍ଠରେ କହିଛନ୍ତି । ପୋଲିଓ ଜିତି ସକ୍ଷମ ହୋଇଥିବା କାହ୍ନା ଘରେ ଖଣ୍ତିଏ ଲାଗି ଏବେ ଅସହାୟ ହୋଇ ପଡିଛନ୍ତି ।