ଶୀତରେ କଷ୍ଟ ଦେଉଛି କୋଷ୍ଠକାଠିନ୍ୟ । ଅତି ସହଜ ଉପାୟରେ ପାଆନ୍ତୁ ଏଥିରୁ ମୁକ୍ତି ।

612

କନକ ବ୍ୟୁରୋ: ଶୀତଦିନେ କିଛି ଶରୀରିକ ସମସ୍ୟା ଦେଖାଦେବା ସାଧାରଣ କଥା । ଏଗୁଡିକ ମଧ୍ୟରୁ ଗୋଟିଏ ହେଉଛି କୋଷ୍ଠକାଠିନ୍ୟ । ଏହି ଦିନରେ ପରିବେଶ ଅବସ୍ଥା ସହ ଆମର ଖାଦ୍ୟପେୟରେ ପରିବର୍ତ୍ତନ ଓ ପାଣି ପିଇବାରେ ସମସ୍ୟା ଯୋଗୁଁ କୋଷ୍ଠ କାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ । ହେଲେ ଏହା କିଛି ଦିନ ଲାଗି ରହିଲେ ଆମକୁ ଅତିଷ୍ଠ କରିପକାଏ । କାରଣ ଏହା ଦ୍ୱାରା ହଜମ ଶକ୍ତି ଅସନ୍ତୁଳିତ ହେବା ସହ ଭୋକ ମଧ୍ୟ ନଲାଗିବା ଲକ୍ଷ୍ୟ କରାଯାଏ । ତେବେ ଏଥିରୁ ଉପଶମ ପାଇଁ ଏକ ସହଜ ଘରୋଇ ଉପଚାର ଆପଣାଇ ପାରିବେ । ଯାହା ହୁଏତ ଆପଣଙ୍କୁ ମାତ୍ର ଗୋଟିଏ ଦିନରେ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମୁକ୍ତି ଦେଇପାରିବ ।

ଶୀତରେ କଷ୍ଟ ଦେଉଛି କୋଷ୍ଠକାଠିନ୍ୟ । ଅତି ସହଜ ଉପାୟରେ ପାଆନ୍ତୁ ଏଥିରୁ ମୁକ୍ତି ।

ଏହି ସମସ୍ୟା ପାଇଁ ଏପରି ଏକ ଘରୋଇ ଉପଚାର ରହିଛି ଯାହା ବିଷୟରେ ହୁଏତ ଆପଣ ଯାଣିଥାଇପାରନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ, ଏଥିପାଇଁ ଯାହା ଆବଶ୍ୟକ ତାହା ଅପଣ ଦୈନନ୍ଦିନ ରୋଷେଇ ମସଲାରୁ ପାଇପାରିବେ । ତାହା ହେଉଛି ଜିରା ।

ପ୍ରଣାଳୀ

ଗୋଟିଏ ଲିଟର ପାଣି ନିଅନ୍ତୁ , ସେଥିରେ ୨ ଟେବୁଲ ସ୍ପୁନ୍ (ଚାମଚ) ଜିରା ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଭଲ ଭାବେ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଥଣ୍ଡା କରନ୍ତୁ । ପ୍ରସ୍ତୁତ ହୋଇଗଲା ଅପଣଙ୍କ ଜିରା ପାଣି ।

ଏହି ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ ।ଏଥିରେ କପେ ପରିମାଣର ପାଣି ମଝିରେ ମଝିରେ ପିଇପାରିଲେ ଭଲ । ଅପଣ ଲକ୍ଷ୍ୟ କରିବେ ଗୋଟିଏ ଦିନରେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ପାଣିକୁ ଆପଣ ଅଧିକ ପରିମାଣରେ ପ୍ରସ୍ତୁତ କରି ୨/ ଦିନ ଯାଏଁ ଷ୍ଟୋର କରି ସେବନ କରିପାରିବେ ।
ଏପରି ଯଦି ଗୋଟିଏରୁ ଦୁଇ ସପ୍ତାହ କରନ୍ତୁ କୋଷ୍ଠକାଠିନ୍ୟ ସମସ୍ୟା ଆଉ ରହିବ ନାହିଁ । ଏହାକୁ ସବୁଦିନରେ ଜୀବନଶୈଳୀରେ ଆଣିପାରିଲେ ବହୁତ ଉପକାରୀ ।