ରାଜ୍ୟରେ କମୁଛି କରୋନା । ଗତ ୨୪ଘଣ୍ଟାରେ ୮୫୨୦ ଆକ୍ରାନ୍ତ ଚିହ୍ନଟ

133

କନକ ବ୍ୟୁରୋ :ରାଜ୍ୟରେ ମଧ୍ୟ କ୍ରମାଗତ ତଳମୁହାଁ ହୋଇଛି କରୋନା ଗ୍ରାଫ । ଆଜି ରାଜ୍ୟରେ ୮ ହଜାର ୫୨୦ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ଅପେକ୍ଷା ୩୨୫ଟି କମ୍ ମାମଲା ଆସିଛି । ଗତକାଲି ରାଜ୍ୟରେ ୮ ହଜାର ୮୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଧିରେଧିରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ୮୫ ହଜାର ୩୨୦ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଗତ ୨୪ ଘଂଟାରେ ୧୧ ହଜାର ୩୪୪ ଜଣ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨, ସୁନ୍ଦରଗଡରୁ ୯୩୨, କଟକରୁ ୭୮୯, କଳାହାଣ୍ଡିରୁ ୨୨୬, ନୟାଗଡରୁ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ ମାମଲା ୮୫ ହଜାର ୩୨୦ ରହିଛି । ରାଜ୍ୟରେ ମୋଟ୍ ସଂକ୍ରମଣ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୧ ଲକ୍ଷ ୧୦ ହଜାର ୭୬୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ ମୋଟି ଆକ୍ଟିଭ୍ ମାମଲା ସଂଖ୍ୟା ୮୫ ହଜାର ୩୨୦ ରହିଛି ।

ଓଡିଶାର କରୋନା ଗ୍ରାଫ୍ : – 

ଜାନୁଆରୀ ୧୭- ୧୦, ୪୮୯
ଜାନୁଆରୀ ୧୮- ୧୧, ୦୮୬
ଜାନୁଆରୀ ୧୯- ୧୧, ୬୦୭
ଜାନୁଆରୀ ୨୦- ୧୦, ୩୬୮
ଜାନୁଆରୀ ୨୧- ୯, ୮୩୩
ଜାନୁଆରୀ ୨୨- ୮, ୮୪୫
ଜାନୁଆରୀ ୨୩- ୮, ୫୨୦