କନକ ବ୍ୟୁରୋ: ଆମର ପୂର୍ବଜମାନେ କଂସା ପିତଳ ଓ ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସହ ପାଣି ପିଇବା ପାଇଁ ଏହି ପାତ୍ରକୁ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କ ମତରେ ଏଥିରେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କୌଣସି ରୋଗ ଏତେ ସହଜରେ ହୁଏନାହିଁ । ଏବେ ଏଥିରେ ସହମତି ପ୍ରକାଶ କରୁଛନ୍ତି ଆଧୁନିକ ବିଶେଷଙ୍କ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ବିଶେଷଜ୍ଞମାନେ ମଧ୍ୟ କହିଲେଣି ଯେ, କଂସା ପିତଳ ବା ତମ୍ବା ପାତ୍ରରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହ ସ୍ମୃତି ଶକ୍ତି ମଧ୍ୟ ଭଲ ରହେ । ତେଣୁ ପିଲାମାନଙ୍କୁ ଏପରି ଖାଦ୍ୟ ପରସିବା ଉଚିତ ,ଫଳରେ ସେମାନେ ତୀକ୍ଷ୍ନ ଧୀଶକ୍ତିର ଅଧିକାରୀ ହୋଇପାରିବେ ।ଏହାସହ କଂସା ବା ତମ୍ବା ପାତ୍ରରେ ପାଣି ରଖି ପିଇଲେ ମଧ୍ୟ ଅନେକ ଉପକାର ମିଳେ ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତମ୍ବା ପାତ୍ରରେ ରଖାଯାଉଥିବା ପାତ୍ର ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥାଏ । ଏହା ଦ୍ୱାରା ଡାଇରିଆ ପରି ସମସ୍ୟା ହୁଏ ନାହିଁ । ରାତିରେ ଏହି ପାତ୍ରରେ ପାଣି ରଖି ସକାଳେ ଖାଲିପେଟରେ ପ୍ରଥମେ ଏହି ପାଣିକୁ ପିଇଲେ ପେଟରୁ ଗ୍ୟାସ ସମସ୍ୟା ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।
କେବଳ ଏତିକି ନୁହେଁ କଂସା ବା ତମ୍ବା ପାତ୍ରରେ ପାଣି ପିଇଲେ ଅତି ଘାତକ ରୋଗ କ୍ୟାନସରରୁ ମଧ୍ୟ ମୁକ୍ତି ମିଳିଥାଏ । ଆମେରିକୀୟ କ୍ୟାନସର ସୋସାଇଟିର ଏକ ଗବେଷଣା ମୁତାବକ, ତମ୍ବା ପାତ୍ରରେ ପାଣି ପିଇଲେ କ୍ୟାନସର ଜୀବାଣୁ ଶରୀରରେ ବ୍ୟାପୀ ପାରନ୍ତି ନାହିଁ । ଏହାସହ ଶରୀରରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ ।
ଆଜିକାଲି ମହିଳା ମାନଙ୍କ ଠାରେ ଥାଇରଏଡ ଏକ ସାଧାରଣ ସମସ୍ୟା ଭାବେ ଦେଖାଗଲାଣି । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ତମ୍ବା ପାତ୍ରର ପାଣି ପିଇବାକୁ ଆୟୁର୍ବେଦୀୟ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।
କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖିବେ । ଏସବୁ ପାତ୍ରରେ କେବେବି ଗରମ ଖାଦ୍ୟ ଖାଇବେ ନାହିଁ କିମ୍ବା ଅଧିକ ସମୟ ଯାଏଁ ରଖିବେ ନାହିଁ । ଏପରି କଲେ ଖାଦ୍ୟ ବିଷାକ୍ତ ତଥଶ ପିତା ହୋଇଯାଏ ।