ରାଜ୍ୟରେ ବଢ଼ିଲା ସଂକ୍ରମଣ : ଦୈନିକ ସଂକ୍ରମଣ ୫୦୦ ମୁହାଁ; ଚିନ୍ତା ବଢ଼ାଇଲେ ଖୋର୍ଦ୍ଧା, କଟକ

147

କନକ ବ୍ୟୁରୋ : ରାଜ୍ୟରେ ବଢ଼ିଲା ସଂକ୍ରମଣ । ଦୈନିକ ସଂକ୍ରମଣ ୫୦୦ ମୁହାଁ । ୨୪ ଘଣ୍ଟାରେ ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଛି । ୧୮ବର୍ଷରୁ କମ୍ ବର୍ଷର ୪୯ ଜଣ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୭୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ତା ବଢ଼ାଇଲେ ଖୋର୍ଦ୍ଧା, କଟକ । ଏହି ଦୁଇ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧାରୁ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଚିହ୍ନଟ ।

ସେହିପରି ବାଲେଶ୍ୱରରୁ ୯, ଭଦ୍ରକ ୧, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୭, ଯାଜପୁର ୪, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୩, ମୟୂରଭଞ୍ଜ ୭, ନୟାଗଡ ୪, ନୂଆପଡା ୫, ପୁରୀ ୧୭, ରାୟଗଡା ୧, ସମ୍ବଲପୁର ୯, ସୋନପୁର ୪, ସୁନ୍ଦରଗଡ ୨୪ ଓ ଷ୍ଟେଟପୋଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୮୭ ରେ ପହଞ୍ଚିଲାଣି ।