ଜ୍ୟୋତି ହସ୍ପିଟାଲରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା : ରାଗିଂ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

2,374

କନକ ବ୍ୟୁରୋ : ପୁଣିର ରାଗିଂ ଯୋଗୁଁ ଜଣେ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ସୋର ଥାନା ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଲିପସା ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ନର୍ସିଂ ପ୍ରଶିକ୍ଷଣ ନେଉଥିଲେ । ପ୍ରଥମ ବର୍ଷର ଛାତ୍ରୀ ଥିଲେ ଲିପସା ।

ତେବେ ମଙ୍ଗଳବାର ସେ ଗୁରୁତର ହୋଇପଡ଼ିଥିବା କଲେଜ ତରଫରୁ ପରିବାର ଲୋକଙ୍କୁ ଫୋନ ଆସିଥିଲା । ଗୁରୁତର ଅବସ୍ଥାରେ ଲିପସାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଝିଅକୁ ହତ୍ୟା କରାଯାଇଥିବା କିମ୍ବା ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।