ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

193

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପୁଛି ବିମାନ ବନ୍ଦର । ଏହାପରେ ରାଜ୍ୟ ଅତିଥି ଭବନ ଯିବେ ଦ୍ରୌପଦୀ ମୁର୍ମୁ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଧାୟକ ଏବଂ ସାଂସଦଙ୍କୁ ଭେଟି ସମର୍ଥ ଲୋଡିବେ ।

ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିବେ ।  ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ, ଏନଡିଏର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ସାମୁଖ୍ୟରେ ବିଜେଡି ନାହିଁ । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ବିଜେଡି ଘୋଷଣା କରିସାରିଛି  ।  କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ଖୋଲାଖୋଲି କହିଛି କଂଗ୍ରେସ ।

ଗୋଟିଏ ପଟେ ଦ୍ରୌପଦୀଙ୍କ ବିଜୟ ପାଇଁ ପଥ ସୁଗମ ହେଉଥିବାବେଳେ, ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନା ବିଭିନ୍ନ ରାଜ୍ୟ ଗସ୍ତକୁ ବାତିଲ କରି ଚାଲିଛନ୍ତି । ଏପରିକି ଯଶୋବନ୍ତଙ୍କୁ ପ୍ରାର୍ଥୀ କରିଥିବା ମମତା ବାନାର୍ଜୀ ମଧ୍ୟ ଆଉ ସାମନାକୁ ଆସୁନାହାଁନ୍ତି । ବିରୋଧୀ ଦଳର ପ୍ରମୁଖ ସହଯୋଗୀ ହୋଇଥିଲେ ବି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାହାକୁ ସମର୍ଥନ କରିବ ସେ କାର୍ଡ ଖୋଲି ନାହିଁ । ବିରୋଧୀଙ୍କ ଏହି ଦ୍ୱନ୍ଦ୍ୱ ଦ୍ରୌପଦୀଙ୍କ ପାଇଁ ବିଜୟର ପଥକୁ ଆହୁରି ସୁଗମ କରି ଚାଲିଛି ।