ମାତିଲେ ମାଓବାଦୀ! ଲାଲବାହିନୀର ଆକ୍ରମଣରେ ଛତିଶଗଡ ବିଜେପି ନେତା ମୃତ

25

କନକ ବ୍ୟୁରୋ : ଛତିଛଗଡ ବିଜେପୁରରେ ପୁଣି ମାତିଲେ ମାଓବାଦୀ । ଲାଲବାହିନୀର ଆକ୍ରମଣରେ ବିଜେପି ନେତା ମୃତ । ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ଏବଂ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷ ଜଗଦୀଶ କୋଣ୍ଡରାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଗଦୀଶଂକୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ ।

ପରେ ମହାରାଷ୍ଟ୍ରର ଗଙ୍ଗ଼ଚିରୋଲି ହସ୍ପିଟାଲକୁ ନିଆଯାଇଥିଲା ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । କିଛି ଦିନ ହେଲା ମାଓବାଦୀ ମାନେ ପୁଣି ରକ୍ତମୁଖା ପାଲଟି ଯାଇଛନ୍ତି । କିଛି ଦିନ ପୂର୍ବେ ଛତିଶଗଡର କିସ୍ତିରାମ ଅଞ୍ଚଳକୁ ସିଆରପିଏଫର ୨୧୨ ଇଟାଲିଅନ୍ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍ ଯାନରେ ଯବାନମାନେ କିଷ୍ଟାରାମରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଫଳରେ ଯବାନଙ୍କ ମାଇନ୍ ପ୍ରୋଟେଡ୍ ଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ନକ୍ସଲମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସରେ ଶହେରୁ ଅଧିକ ମାଓବାଦୀ ସାମିଲ ଥିଲେ।ଏହି ଆକ୍ରମଣରେ ୯ ଜଣ ଯବାନ ଶହୀଦ ହୋଇଥିଲେ ।