ନବୀନଙ୍କ ନୂଆ ଟିମ: ରାଜେନ୍ଦ୍ର ଢୋଲକିଆ ନୂଆ କ୍ୟାବିନେଟ ମନ୍ତ୍ରୀ । ସମ୍ଭାଳିବେ ଯୋଜନା ଓ ସଂଯୋଜନା ବିଭାଗ ।

177

କନକ ବ୍ୟୁରୋ: ନବୀନଙ୍କ ୫ମ ପାଳିରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇଛି । ୧୩ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଚର୍ଚ୍ଚାରେ ନଥିବା ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଯୋଜନା ଓ ସଂଯୋଜନା ବିଭାଗର ଦାୟିତ୍ୱ ପାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ରାଜେନ୍ଦ୍ର ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସାଙ୍ଗଠନିକ ଦକ୍ଷତା, ପ୍ରଦର୍ଶନ ଓ ଦଳ ପ୍ରତି ଥିବା ଆନୁଗତ୍ୟ ତାଙ୍କୁ ଏହି ପୁରସ୍କାର ଦେଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଗୁରୁ ଦାୟିତ୍ୱ ନବୀନ ବର୍ତ୍ତମାନ ରାଜେନ୍ଦ୍ରଙ୍କ ଉପରେ ଦେଇଛନ୍ତି ।
ନୂଆପଡା ଜିଲ୍ଲାରୁ ଲଗାତର ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ରାଜେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ଦଳୀୟ ନେତାଙ୍କୁ ଉତ୍ସାହିତ କରିଛି । ବିଶେଷ କରି କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ଏହି କାର୍ଡ ଖେଳିଛନ୍ତି । ସାଧାରଣ ନିର୍ବାଚନକୁ ଆଖିରେ ରଖି ପଶ୍ଚିମ ଓଡିଶାରେ ଦଳୀୟ ସଂଗଠନକୁ ମଜୁବତ କରିବା ପାଇଁ ରାଜେନ୍ଦ୍ରଙ୍କୁ ମନ୍ତ୍ରିତ୍ୱ ଦିଆଯାଇଛି ।