ନବୀନଙ୍କ ଓଡ଼ିଆ ଭାଷା ଚିନ୍ତା ! ଭାଷା ସୁରକ୍ଷା ଆନ୍ଦୋଳନର ନେତୃମଣ୍ଡଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

47

କନକ ବ୍ୟୁରୋ : କଳାପତାକା ଧରି ରାଜରାସ୍ତାରେ ଆନ୍ଦୋଳନ କରିବାର ୪ଶହରୁ ଅଧିକ ଦିନ ପରେ ତୃତୀୟ ମହଲାରୁ ଆସିଲା ନବୀନଙ୍କ ଡକରା । ଭାଷା ଆନ୍ଦୋଳର କର୍ମକର୍ତାଙ୍କ ସହ ୱାନ୍ ଟୁ ୱାନ୍ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଭାଷା ଆନ୍ଦୋଳନ କର୍ମକର୍ତା ଓଡ଼ିଆ ଭାଷା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିଥିଲେ ଦାବି । ଦାବିଗୁଡ଼ିକରେ ପ୍ରମୁଖ ଥିଲା ।

କ’ଣ ରହିଛି ଦାବି : 
୧-ଓଡ଼ିଶା ଭାଷା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା
୨-ଓଡ଼ିଆ ଭାଷାରେ ସମସ୍ତ ସରକାରୀ କଳ କାର୍ଯ୍ୟ କରିବା
୩-ଭାଷା ଆଇନ ଉଂଲଘନକାରୀଙ୍କୁ ଦଣ୍ଡ ବିଧାନ କରିବା

ଭାଷା ଆଇନକୁ କାର୍ଯ୍ୟକାରୀ ଦିଗରେ ଥିବା ବିଭିନ୍ନ ଚ୍ୟାଲେଂଜ୍ ଉପରେ ସଂପୂର୍ଣ୍ଣ ବିବରଣୀ ରଖିଥିଲେ ଆନ୍ଦୋଳନ ସହ ଜଡ଼ିତ ଥିବା କର୍ମକତା । ଭାଷା ଆନ୍ଦୋଳନର କାରଣ ଏବଂ ନିରାକରଣ ସଂପର୍କରେ ଅବଗତ କରିଥିଲେ ।

ଠିକ୍ କିଛି ଦିନ ପୂର୍ବରୁ ଭାଷା ଆନ୍ଦୋଳନ ପାଇଁ ଲଢ଼େଇ ଜାରି ରଖିଥିବା ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସଙ୍ଗ ଭିତିକ ରାଜନୀତିର କଥା ଉଠାଇଥିଲେ । ଭାଷା, ନିଶା ଓ ଚଷାଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ସୌମ୍ୟରଂଜନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କିଛି ଦିନ ପରେ ତୃତୀୟ ମହଲାରୁ ଆସିଥିଲା ଏହି ଡକରା ।