ଝାରସୁଗୁଡ଼ା ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀଙ୍କୁ ଦେଲେ ନବୀନ, ବିରୋଧୀଙ୍କୁ କ’ଣ କଲେ କଟାକ୍ଷ ପଢ଼ନ୍ତୁ…

260

କନକ ବ୍ୟୁରୋ: ଝାରସୁଗୁଡ଼ାବାସୀଙ୍କୁ ଝାରସୁଗୁଡ଼ା ବିଜୟର ଶ୍ରେୟ ଦେଲେ ନବୀନ । ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋ ଝାରସୁଗୁଡ଼ାବାସୀ ଓ ବିଜେଡିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ମହିଳାଶକ୍ତିର ବିଜୟ, ଏ ବିଜୟ ଝାରସୁଗୁଡ଼ାବାସୀଙ୍କ ବିଜୟ । ସେଥିପାଇଁ ବିଜେଡି ଝାରସୁଗୁଡ଼ାବାସୀଙ୍କ ପାଖରେ ଋଣୀ । ଖରା, ଗରମରେ କାର୍ଯ୍ୟ କରିଥିବା ସମସ୍ତ କର୍ମୀଙ୍କ ପରିଶ୍ରମକୁ ମୁଁ ସମ୍ମାନ ଜଣାଉଛି ।

ଏ ବିଜୟ ବଳରେ ଝାରସୁଗୁଡ଼ାର ଉନ୍ନତି ପାଇଁ ବିଜେଡି ତା’ର ଉଦ୍ୟମକୁ ଜୋରଦାର କରିବ । ନବବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ବିରୋଧୀଙ୍କୁ ମଧ୍ୟ କଟାକ୍ଷ କରି ନବୀନ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ବିରୋଧୀ ମା’ ମାଆମାନଙ୍କୁ ଗାଳି କରିଥିଲେ ଆଉ ବିରୋଧୀଙ୍କୁ ଜନତା ସବୁବେଳେ ଉଚିତ୍ ଜବାବ୍ ଦେଇ ଆସିଛନ୍ତି । ସିଙ୍ଗଲ ଇଞ୍ଜନ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ଲୋକମତ ହିଁ ଗୁରୁତ୍ୱପୂର୍ଣ୍ଣ ।

ଆମେ ସୁବବେଳେ ମହିଳାମାନଙ୍କ ଯୋଗଦାନକୁ ଜନସାଧାରଣରେ ସମ୍ମାନ ଦେଇଆସିଛୁ । ହାଣ୍ଡିଶାଳର ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନଶକ୍ତିରେ ସଶକ୍ତ କରିଛୁ । ଓଡ଼ିଶାବାସୀ ବିରୋଧୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ଓ ବ୍ୟବହାରକୁ ସବୁବେଳେ ନାପସସନ୍ଦ କରିଛନ୍ତି । ତେଣୁ ଆମେ ଶପଥ ନେବା ମାଆ ମାନଙ୍କୁ ସମ୍ମାନ ଜଣାଉଥିବା । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସହ ଛିଡ଼ା ହୋଇଛି, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ କାମ କରିଛି କରୁଥିବ ।