ସଫଳ ହେଲା ନାସାର ମିଶନ ଡାର୍ଟ, ବଦଳିଲା ପୃଥିବୀ ଆଡକୁ ମାଡିଆସୁଥିବା ଗ୍ରହାଣୁର ଗତିପଥ

125

କନକ ବ୍ୟୁରୋ : ନାସାର ଐତିହାସିକ ମିଶନ ଡାର୍ଟ ସଫଳ ହୋଇଛି । ପୃଥବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥରକୁ ବଦଳାଇ ଦିଆଯାଇଛି । ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି । ସାରା ବିଶ୍ୱକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ପୃଥୀବୀ ପ୍ରତି ଯେତେବେଳେ ବିପଦ ଦେଖା ଦେଇଛି ସେତେବେଳେ ଏହା ସମାଧାନ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି  ନାସା ପକ୍ଷରୁ କୁହାଯାଇଛି । ମିଶନ ସଫଳ ହେବା ପରେ ନାସା ମୁଖ୍ୟ ବିଲ ନେଲସନ କହିଛନ୍ତି  ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକ ମହତ୍ୱପୂର୍ଣ୍ଶ ମାନବଜାତି ପାଇଁ ମଧଅ ସେତିକି ଜରୁରୀ ।

ପୃଥବୀ ଆଡକୁ ଆସୁଥିବା ଉଲକାପିଣ୍ଡର ଦିବ ବଦଳାଇବା ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତାର ପରୀକ୍ଷଣ ଆରମ୍ଭ କରିଥିଲା । ଆଉ ଏହାକୁ ନାସା ପକ୍ଷରୁ ଡାର୍ଟ ମିଶନ ନାଁ ଦିଆଯାଇଥିଲା । ଡବଲ ଆଷ୍ଟେରଏଡ ରିଡାଇରେକ୍ସନ ଟେଷ୍ଟର ଡାର୍ଟର ମହାକାଶଯାନ ସେପ୍ଟେମ୍ବର ୨୬ରେ ଡାଇମୋରଫୋସ ନାମକ ଏକ ଉଲକାପିଣ୍ଡକୁ ଧକ୍କା ଦେଇଥିଲା ।  ୩୩୦ ନିୟୁତ ଡଲାର ବ୍ୟୟରେ ଦୀର୍ଘ ୭ବର୍ଷ ଧରି ନିର୍ମାଣ ହୋଇଥିବା ପ୍ରଫ-ଅଫ-କନସେପ୍ଟ ଡାର୍ଟ ମିଶନର ସଫଳତା ଭବିଷ୍ୟତରେ ପୃଥବୀକୁ ଗ୍ରହାଣୁ ଧକ୍କାର ରକ୍ଷା କରିବ ବୋଲି ବୈଜ୍ଞାନିକ କହିଛନ୍ତି ।