ଲାଲକିଲ୍ଳାରୁ ମୋଦୀଙ୍କ ବଡ ଘୋଷଣା । ଏବେ ସୈନିକ ସ୍କୁଲରେ ଆଡମିସନ ନେଇ ପାରିବେ ଝିଅ । କ୍ରୀଡାକୁ ପାଠ୍ୟକ୍ରମରେ କରାଯିବ ସାମିଲ ।

208

କନକ ବ୍ୟୁରୋ: ପୃଥିବୀର ସବୁଠାରୁ ବଡ ଗଣତନ୍ତ୍ର ତଥା ଭାରତର ୭୫ ତମ ସ୍ୱାଧୀନତା ଦିବସ ପାଳନର ମୁହୂର୍ତ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ ଦେଶର ଆଭିମୁଖ୍ୟ ସାରା ବିଶ୍ୱ ଆଗରେ ବୟାନ କରୁଥିଲେ । ତେବେ ଅଲିମ୍ପିକରେ ଯାଇ ଭାରତ ପାଇଁ ଗୌରବ ଆଣିଥିବା ଖେଳାଳୀଙ୍କ ପାଇଁ ଆଜି ଲାଲକିଲ୍ଲାରେ ତାଳିର ଗୁଞ୍ଜରଣ ଶୁଣିବାକୁ ମିଳୁଥିଲା ।

ଖାଲି ସେତିକି ନୁହେଁ, ସ୍ପୋର୍ଟସ୍ ବା କ୍ରୀଡା ଏଥର ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ହୋଇରହିବନାହିଁ, ଏହା ଏବେ ପାଠ୍ୟକ୍ରମରେ ସାମିଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତା ସହିତ ପ୍ରଧାନମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣର୍ ଘୋଷଣା କରି କହିଥିଲେ ଯେ, ଏବେ ଠାରୁ ଦେଶର ସମସ୍ତ ସୈନିକ ସ୍କଲରେ ଝିଅମାନେ ଆଡମିସନ୍ ନେଇପାରିବେ । ମିଜୋରାମରେ ପ୍ରଥମେ ଏହି ପ୍ରୟୋଗ କରାଯାଇଥିଲା ।  ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ୭୫ ସପ୍ତାହ ମଧ୍ୟରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁ ହେବ । ଏହା ଏକ ସେମି ହାଇସ୍ପିଡ ଟ୍ରେନ୍ । ଏହା ଛଡା ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ  ଭିତ୍ତିଭୂମି ମାଷ୍ଟରପ୍ଲାନ, ଗତିଶକ୍ତି ଯୋଜନାରେ ୧୦୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ।