କନକ ବ୍ୟୁରୋ : ଆଫଗାନିସ୍ତାନରେ ଲାଗିରହିଥିବା ସଂକଟ ଭିତରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଆସରଫ୍ ଘାନି । ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଯାଉଥିବା ସୂଚନା ମିଳିଛି । କହିରଖୁ କି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଯୋଦ୍ଧାଙ୍କୁ ଦ୍ୱାରା ଦଖଲ କରାଯିବା ପରେ ଘନି ଏଭଳି ନିଷ୍ପତ୍ତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଓମରୂଲ୍ଲା ସାଲେହ କହିଛନ୍ତି କି ଘନି ତାଲିବାନୀଙ୍କ ସହ ରହିବା ସମ୍ଭବ ନୁହେଁ । ଏହାସହ ସେ କହିଛନ୍ତି କି ତାଲିବାନୀଙ୍କ ଆଗରେ ସେ କେବେ ମୁଣ୍ଡ ନୁଆଁଇବେ ନାହିଁ । ଦେଶର ଲକ୍ଷ ଲକ୍ଷ ଲୋକ ତାଙ୍କ ଉପରେ ଭରଶା କରିଥିବା ବେଳେ ସେ ଦେଶର ଲୋକଙ୍କ ସହ ରହିବାକୁ ପସନ୍ଦ କରିବେ ।
କହିରଖୁ କି ଏହାପୂର୍ବରୁ ଆଜି ମଧ୍ୟାହ୍ନରେ କାବୁଲ ବାହାରେ ତାଲିବାନୀ ଯୋଦ୍ଧାମାନେ ପ୍ରବେଶ କରିଥିଲେ । ସେଠାରେ ସେମାନେ କାବୁଲ ଦଖଲ କରିବାକୁ ଚାହୁଁଥିବା ବେଳେ ରାଷ୍ଟ୍ରପତି ଘନି କ୍ଷମତା ହସ୍ତାନ୍ତର ନେଇ ତାଲିବାନୀ ମାନଙ୍କ ସହ ରାଷ୍ଟ୍ରପତି ଭବନରେ ବୈଠକ କରିଥିଲେ । ଏହାକୁ ନଜରରେ ରଖି ତାଲିବାନୀ ଯୋଦ୍ଧାମାନେ କାବୁଲରେ ହିଂସା କରିନଥିଲେ ।
Afghanistan President Ashraf Ghani has left that country, reports TOLOnews quoting sources
(File photo) pic.twitter.com/yOvHUyfjO4
— ANI (@ANI) August 15, 2021
ଆସରଫ୍ ଘାନିଙ୍କ ପରେ ଅଲ୍ଲି ଅହମ୍ମଦ ଜଲାଲୀ ଦେଶର ଅନ୍ତରୀଣ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି । ଜଲାଲୀ ଆମେରିକାର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଆଫଗାନିସ୍ତାନ ପକ୍ଷରୁ ଜର୍ମାନୀର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ତାଲିବାନର ଜଣେ କମାଣ୍ଡର ଆଫଗାନିସ୍ତାନର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।