ରାଜଧାନୀରେ ବୀଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ।

455

କନକ ବ୍ୟୁରୋ: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ବୀଭତ୍ସ ହତ୍ୟାକାଣ୍ଡ । ଆଜି ଭୁବନେଶ୍ୱରର ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କୁ ପଥରେ ଛେଚି ଛେଚି ହତ୍ୟା କରାଯିବା ସହିତ ରାସ୍ତା ଉପରେ ରକ୍ତର ଛିଟା ପଡିଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ଏବେ ମାମଲାରେ ପୋଲିସ ଏବେ କ୍ୟାପିଟାଲ ହସ୍ପିଟାଲରେ ଜଣକୁ ଅଟକ ରଖିଛି । । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ, ମୃତ ଦେହର ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।