ରାଜ୍ୟରେ କମୁଛି ସଂକ୍ରମଣ, ହେଲେ ଚିନ୍ତା ବଢ଼ାଉଛି ଉପକୂଳ । ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ପଜିଟିଭି ହାର ୧୦% ଉପରେ।

ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ, ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ।

325

କନକ ବ୍ୟୁରୋ: ତାଲାବନ୍ଦ ବନ୍ଦ ଅବଧି ସରି ଆସୁଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ବି ରେଡ୍ ଜୋନ୍ ଭିତରେ ରହିଛି । ଏହା ଜିଲ୍ଲାରେ ପିଜିଟିଭ୍ ହାର ମଧ୍ୟ ଆଶ୍ୱସ୍ତିକର ନୁହେଁ । ଯାଜପୁରରେ ୧୯.୪୮%, ପୁୁରୀରେ ୧୪.୩୫%, କେନ୍ଦ୍ରାପଡ଼ାରେ ୧୨.୫୯% ଖୋର୍ଦ୍ଧାରେ ୧୧.୫୧%, କଟକରେ ୧୧.୩୧%, ଜଗତସିଂହପୁରରେ ୧୦.୭୫%, ଭଦ୍ରକରେ ୧୦. ୬୧%, ଢେଙ୍କାନାଳରେ ୯% ରହିଛି ସଂକ୍ରମଣର ସଂଖ୍ୟା ।

ରାଜ୍ୟରେ ସଂକ୍ରମଣ କମୁଛି ସତ, କିନ୍ତୁ ଉପକୂଳ ଓଡ଼ିଶାରେ ଏହା ସନ୍ତୋଷଜନକ ନୁହେଁ । କାରଣ, ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ଏବେ ବି ୧୦% ଉପରେ ରହିଛି । ତେଣୁ ଏଭଳି ସ୍ଥିତିରେ କଟକଣା କୋହଳ ନେଇ ନିଷ୍ପତ୍ତି ନେବା ହୁଏତ ସଂଭବ ନୁହେଁ । ୫%ରୁ କମ୍ ସଂକ୍ରମଣ ଜିଲ୍ଲାରେ ରାଜ୍ୟ ସରକାର କଟକଣାକୁ ସାମାନ୍ୟ କୋହଳ କରିପାରନ୍ତି । କାରଣ, ଏଥରକ ଧିରେ ଧିରେ ଅନଲକ୍ ପ୍ରକ୍ରିୟା କରିବା ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର ।

ଏକାଥରକରେ ସଂପୂର୍ଣ୍ଣ ଅନଲକ୍ ବଦଳରେ ପର୍ଯ୍ୟାୟକ୍ରମେ ଅନଲକ୍ କରିବା ସମର୍ଥନରେ ବିଶେଷଜ୍ଞ ଡାକ୍ତର ମଧ୍ୟ ମତ ରଖିଛନ୍ତି । ୧୭ ତାରିଖ ବେଳକୁ ରାଜ୍ୟରେ ସଂକ୍ରମଣ ହାର ଆହୁରି କମି ଯାଇଥିବ । ତେବେ ପର୍ଯ୍ୟାୟ କ୍ରମେ ଅନଲକ୍ ନକଲେ ସଂକ୍ରମଣ ବଢ଼ିବାର ଭୟ ରହିଛି ବୋଲି ଡାକ୍ତର ନିରଜ ମିଶ୍ର କହିଛନ୍ତି । ଏସବୁ ଭିତରେ ରାଜ୍ୟରେ କରୋନା ମୃତ୍ୟୁର ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ୪ ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ହାର ୭.୨୨% ରହିଛି ।