ଲଗାଣ ବର୍ଷା ପରେ ଜଳବନ୍ଦୀ ମାୟାନଗରୀ ମୁମ୍ୱାଇ : ପାଣିରେ ଫସିଛନ୍ତି ତଳି ଅଞ୍ଚଳ ଲୋକ, ନାସିକର ୪୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ

89

କନକ ବ୍ୟୁରୋ : ବର୍ଷାରେ ପୁଣି ବେହାଲ ମାୟାନଗରୀ ମୁମ୍ବାଇ । ୨ ଦିନ ହେବ ଲାଗି ରହିଛି ମୂଷଳଧାରା ବର୍ଷା । ରାସ୍ତା ଘାଟ, ଘରଦ୍ୱାର ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କୌଣସି ଜରୁରୀ କାମ ନଥିଲେ ଘରୁ ବାହାରିବା ନେଇ ବାରଣ କରିଛି ପାଣିପାଗ ବିଭାଗ । ତେବେ ଆହୁରି ୪୮ ଘଂଟା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦ୍ୱିପହର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ଏହା ସହ ମୁମ୍ବାଇ ସମେତ ଆଖପାଖ ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି ।

ଲଗାଣ ବର୍ଷା ପାଇଁ ମହରାଷ୍ଟ୍ର, ଗୁଜୁରାଟରେ ଏନଡ଼ିଆରଏଫର ୮ଟିମ୍ ମୃତୟନ କରାଯାଇଛି । ବର୍ଷା ପାଇଁ କୃଷ୍ଣା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଟ୍ରାକରେ ଫସିରହିଛି ବର୍ଷା ପାଣି । ଯାହା ପାଇଁ ଟ୍ରେନ ସେବା ବାତିଲ କରାଯାଇଛି । ଲଗାଣ ବର୍ଷା ପାଇଁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଛି । ୧୨ ଘଂଟାରେ ମୁମ୍ବାଇରେ ୧୪୬ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ସେହିପରି ମୁମ୍ବାଇର ପୂର୍ବ- ପଶ୍ଚିମରେ ୧୯୫ମିମି ବର୍ଷା ରେକର୍ଡ଼ ହୋଇଛି ।

ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ହନ୍ତସନ୍ତ ହେଉଛନ୍ତି ମୁମ୍ବାଇବାସୀ । ସେପଟେ ନାସିକରେ ମଧ୍ୟ ବର୍ଷା ଜନଜୀବନକୁ ବେଶ ପ୍ରଭାବିତ କରିଛି । ବର୍ଷା ପାଣିରେ ୪୦ଟି ଗାଁ ସଂପୂର୍ଣ୍ଣ ଭାବେ ପାଣି ଘେରରେ ଅଛି ।  ଗୁଜୁରାଟରେ ମଧ୍ୟ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ପାଇବାର ଲାଗିଛି ।