ବିଦେଶରୁ ଆସିଲା ବନ୍ଧୁତା ଦିବସର ବାର୍ତ୍ତା । ଦେଖନ୍ତୁ ୩୧ ସେକେଣ୍ଡରେ ଭାରତ-ଇସ୍ରାଏଲ ସମ୍ପର୍କର କାହାଣୀ ।

376

କନକ ବ୍ୟୁରୋ: ବନ୍ଧୁତ୍ୱ ଦିବସକୁ ବିଭିନ୍ନ ଢ଼ଙ୍ଗରେ ପାଳନ କରୁଛନ୍ତି ବନ୍ଧୁ । କିଏ ହାତରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ଆଉ କିଏ କାହାର ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବନ୍ଧୁତା ଦିବସକୁ ପାଳନ କରୁଛି । କିନ୍ତୁ ସାରା ଭାରତବାସୀଙ୍କୁ ଦରିଆପାରିରୁ ଆସିଛି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା । ଆଉ ବଲିଉଡ ପୁରୁଣା ଦୋସ୍ତାନା ଫିଲ୍ମର ‘ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ’ ଗୀତସହ ଟ୍ୱିଟ୍ କରିଛି ପଡୋଶୀ ବନ୍ଧୁ ରାଷ୍ଟ୍ର ଇସ୍ରାଏଲ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳମଧ୍ୟରେ ମୋଦିଙ୍କ ଇସ୍ରାଏଲ ଗସ୍ତ କରିଥିବାର ସମସ୍ତ ମୁହୂର୍ତ୍ତକୁ ଏହି ଟ୍ୱିଟରେ ସଙ୍ଗୀତର ସ୍ୱରରେ ସଜାଇଛି ଇସ୍ରାଏଲ । ଆଉ ଏହି ଟ୍ୱିଟ ଭାରତରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ ପକ୍ଷରୁ ସମଗ୍ର ଭାରତବାସୀଙ୍କୁ ବନ୍ଧୁତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ନାୟୁଙ୍କ ମଧ୍ୟରେ ଥିବା ନିବିଡ଼ ବନ୍ଧୁତା ସମ୍ପର୍କକୁ ନେଇ ଭିଡ଼ିଓ ଜରିଆରେ ପୋଷ୍ଟ କରାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ରିଟ୍ୱିଟ୍ କରି ପ୍ରତିଉତ୍ତର ରଖିଛନ୍ତି । ଆଉ ଇସ୍ରାଏଲକୁ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ବିଭିନ୍ନ ସମୟରେ ଜଣେ ଉତ୍ତମ ବନ୍ଧୁଭାବେ ଭାରତ ସହ ଇସ୍ରାଏଲ ଛିଡ଼ା ହୋଇଛି । ଆଉ ଏଭଳି ଉତ୍ତମ ସମ୍ପର୍କ ହିଁ ଗୋଟିଏ ଭଲ ବନ୍ଧୁ ବା ପଡ଼ୋଶୀ ରାଷ୍ଟ୍ରର ପରିଚୟ । ଇସ୍ରାଏଲ ସହ ଠିକ୍ ଏହିଭଳି ନିବିଡ଼ ବନ୍ଧୁତା ଆଗାମିଦିନରେ ବଜାୟ ରହିବ ବୋଲି ଟ୍ୱିଟ କରି କହିଛନ୍ତି ମୋଦି ।