ଅନ୍ଧାରରେ ବାଂଲାଦେଶ : କାଲିଠୁ ଅନ୍ଧାରରେ ୧୪ କୋଟିରୁ ଅଧିକ ଲୋକ; ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

379

କନକ ବ୍ୟୁରୋ : ଅନ୍ଧାରରେ ବାଂଲାଦେଶ । ଗ୍ରୀଡ୍ ଫେଲ୍ ହେବାରୁ ବାଂଲାଦେଶ ଏବେ ଅନ୍ଧାରରେ । ଯାହାର କିଛି ଫଟୋ ଚିତ୍ର ଏବେ ସାମ୍ନାକୁ ଆସିଛି । କିଏ ଅନ୍ଧାରରେ ପାଠ ପଢୁଛି ତ ଆଉ କିଏ ପରସ୍ପରକୁ ଅନାଇ ଅପେକ୍ଷା କରିଛନ୍ତି କେବେ ଆସିବ କରେଣ୍ଟ । ବଜାର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ଏହାଦ୍ୱାରା ମଙ୍ଗଳବାର ଅପରାହ୍ନରୁ ୮୦ ପ୍ରତିଶତରୁ ଅଧିକ ଲୋକ ୧୪ କୋଟିରୁ ଅଧିକ ଲୋକ ଅନ୍ଧାରରେ ରହୁଛନ୍ତି ।

ଋଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ଶକ୍ତି ସଙ୍କଟ ବଢିଛି । ତେଣୁ ବାଂଲାଦେଶରେ ଶକ୍ତି ସଙ୍କଟ ଦେଖାଦେଇଛି । ବାଂଲାଦେଶ ବିଦ୍ୟୁତ ବିଭାଗର ମୁଖପାତ୍ର ଶ୍ୟାମ ଅହସାନ କହିଛନ୍ତି ଯେ ବାଂଲାଦେଶର ଉତର-ପଶ୍ଚିମରେ କିଛି ସ୍ଥାନ ବ୍ୟତୀତ ଦେଶରେ ବାକି ସ୍ଥାନରେ ବିଜୁଳି ନାହିଁ । ହଠାତ କାହିଁକି ଏପରି ଘଟିଲା ତାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି । ଏହା ଏକ ବୈଷୟିକ ତ୍ରୁଟି ବୋଲି ସେ କହିଛନ୍ତି । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି ।

ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଆମଦାନୀ ହୋଇଥିବା ଡିଜେଲ ଏବଂ ଗ୍ୟାସ୍ ଦେବାକୁ ସଂଘର୍ଷ କରୁଥିବା ଦକ୍ଷିଣ ଏସୀୟ ଦେଶରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବ୍ଲାକଆଉଟ୍ ଉପରେ ଜନସାଧାରଣଙ୍କ ଅସନ୍ତୋଷ ଦେଖା ଦେଇଛି । ଅନ୍ତିମ ଥର ପାଇଁ ନଭେମ୍ବର ୨୦୧୪ ରେ ବାଂଲାଦେଶ ଏପରି ଏକ ଶକ୍ତି ସଙ୍କଟର ସାମ୍ନା କରିଥିଲା । ସେତେବେଳେ ଦେଶର ୭୦ ପ୍ରତିଶତ ଲୋକ ଅନ୍ଧାରରେ ଥିଲେ । ଆଉ ୧୦ ଘଂଟା ପାଇଁ ବିଜୁଳ ସେବା ପ୍ରଭାବିତ ହୋଇଥିଲା ।