ଏଣିକି ଆନୁପାତିକ ବିଲ ବଦଳରେ ପ୍ରସ୍ତୁତ ହେବ ମାସିକିଆ ବିଲ: ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ନିଷ୍ପତି ନେଲା ଓଇଆରସି

509

କନକ ବ୍ୟୁରୋ: ନିୟମିତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆନୁପାତିକ ବିଲ ବଦଳରେ ହେବ ସ୍ଲାବ ଅନୁଯାୟୀ ପ୍ରସ୍ତୁତ ମାସିକିଆ ବିଲ୍ । ଓଡିଆ ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଧାର୍ଯ୍ୟ ଶୁଳ୍କସୂଚୀର ସ୍ଲାବ ଅନୁସାରେ ଏହି ବିଲ ପ୍ରସ୍ତୁତ କରାଯିବ । ବିଗତ କିଛି ଦିନ ଧରି ବିଦ୍ୟୁତ ବିତରଣ କମ୍ପାନୀଙ୍କ ଦ୍ୱାରା ଆମୁପାତିକ ଭିତିରେ ବିଦ୍ୟୁତ ବିଲ ପ୍ରସ୍ତୁତିକୁ ନେଇ ଉପଭୋକ୍ତାମାନେ ଅଭିଯୋଗ କରିଥିଲେ । ଉପଭୋକ୍ତା ଓ ଉପଭୋକ୍ତା ସଙ୍ଗଠନଗୁଡିକ ଏଭଳି ଆନୁପାତିକ ବିଲିଂ ଦ୍ୱାରା ଉପଭୋକ୍ତାଙ୍କୁ ଅଯଥା ବିଲ ପୈଠ କରିବାକୁ ପଡୁଥିବାରୁ ଏଭଳି ବିଲିଂ ବ୍ୟବସ୍ଥା ବନ୍ଦ କରିବା ପାଇଁ ଦାବି କରିଆସୁିଥିଲେ । ଏହାପରେ ଓଇଆରସି ସ୍ପଷ୍ଟୀକରଣ ଜାରି କରି ଏଭଳି ପରାମର୍ଶ ଦେଇଛି । ଏହଛଡା ୧ ତାରିଖ ବ୍ୟତୀତ ଅନ୍ୟ ତାରିଖରେ ନୂତନ ସଂଯୋଗ ନେଇଥିବା ଅଥବା ବିଦ୍ୟୁତ ଯୋଗାଣ ରାଜିନାମା ରଦ୍ଦକରିଥିବା ଉପଭୋକ୍ତାଙ୍କ କ୍ଷେତ୍ରରେ ହିଁ ଏହି ଆନୁପାତିକ ବିଲିଂ ଲାଗୁ ହେବ ବୋଲି ପରାମର୍ଶ ଦିଆଯାଇଛି ।