ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ୧୬ବର୍ଷ ସାନ ଡକ୍ଟର ଗୁରୁପ୍ରୀତ କୌରଙ୍କୁ ଜୀବନସାଥୀ କଲେ ମାନ

199

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ।ବାନ୍ଧବୀ ତଥା ଡକ୍ଟର ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ମାନ ।ଚଣ୍ଡିଗଡରେ ଆୟୋଜିତ ଏହି ବାହାଘରରେ ହାତ ଗଣତି କିଛି ନିକଟତର ବନ୍ଧୁ ଓ ସର୍ମ୍ପକୀୟ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର କିଛି ବାହାଘରରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚର୍ଚ୍ଚାରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । କିଛି ଦିନ ପୂର୍ବରୁ ପଂଜାବର ଶାସନ କ୍ଷମତା ହାତେଇ ଚର୍ଚ୍ଚାରେ ଥିଲେ ଆଉ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଜୁଲାଇ ୭ ବେଶ ବଡ ଦିନ ହୋଇଛି । କାରଣ ମୁଖ୍ୟମନ୍ତ୍ରୀ ମାନ ନିଜର ବାନ୍ଧବୀ ଡକ୍ଟର ଗୁରପ୍ରୀତ କୌରଙ୍କୁ ବିବାହ କରି ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । କିଛି ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ଚଣ୍ଡିଗଡରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବାହାଘର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କ୍ରେଜିୱାଲ ଓ ଦଳର ଅନେକ ଜଣାଶୁଣା ଚେହେରା ବାହାଘରରେ ପହଁଚି ମାନ ଓ ଗୁରୁପ୍ରୀତଙ୍କୁ ଶୁଭେଚ୍ଛା ଏବଂ ଆର୍ଶୀବାଦ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ବାହାଘରର ଭଳିକି ଭଳି ଫଟୋ ସାମ୍ନାକୁ ଆସିିଛି । ନିଜ ଖାସ ଦିନ ପାଇଁ ଭଗୱନ୍ତ ମାନ ଓ ଗୁରୁପ୍ରୀତ ପିନ୍ଧିଥିବା ପୋଷାକ ଓ ସେମାନଙ୍କ ଲୁକକୁ ବେଶ ପସନ୍ଦ କରାଯାଉଛି । ଫିକା ହଳଦୀ ରଙ୍ଗ ପୋଷାକରେ ମାନ ଓ ଗାଢ ଲାଲ ରଙ୍ଗ ଲେହେଙ୍ଗାରେ ଗୁରୁପ୍ରୀତଙ୍କ ୱେଡିଙ୍ଗ ଆଉଟଫିଟକୁ ନେଇ ଚର୍ଚ୍ଚା କରାଯାଉଛି । ସେପଟେ ମାନ ଓ ଗୁରୁପ୍ରିତଙ୍କୁ ସେମାନଙ୍କ ନୂଆ ଜୀବନ ଆରମ୍ଭ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଆସନ୍ତୁ ଜାଣିବା ଗୁରୁପ୍ରୀତ କିଏ? ହରିୟାଣାରର ମୂଳ ବାସିନ୍ଦା ହେଉଛନ୍ତି ୩୨ ବର୍ଷିୟ ଗୁରୁପ୍ରୀତ । ୨୦୧୮ ମସିହାରେ ଅମ୍ବାଲାରୁ ଏମବିବିଏସ ପାଠ ଶେଷ କରିଥିଲେ । ବର୍ତମାନ ସେ ପରିବାର ସହ ରାଜପୁରାରେ ରହୁଛନ୍ତି । ମାନଙ୍କ ଭଉଣୀଙ୍କ ଜଣେବାନ୍ଧବୀ ହେଉଛନ୍ତି ଗୁରୁପ୍ରୀତ । ୨୦୧୯ ସଂଗୃର ସାଂସଦ ଭାବେ ମାନ ଶପଥ ନେବା ସମୟରେ ପ୍ରଥମଥର ପାଇଁ ଗୁରୁପ୍ରୀତଙ୍କ ସହ ଦେଖା ହୁଏ ଓ ପରେ ସେମାନେ ଘନିଷ୍ଠ ବନ୍ଧୁ ହୋଇଥିଲେ ।

ଭଗୱନ୍ତ ମାନଙ୍କ ଏହା ୨ୟ ବାହାଘର । ପ୍ରଥମ ପତ୍ନୀ ଇନ୍ଦ୍ରଜିତଙ୍କ ୨୦୧୫ ମସିହାରେ ଛାଡପତ୍ର ଦେଇଥିଲେ ମାନ । ଦୁଇ ସନ୍ତାନଙ୍କ ସହ ଇନ୍ଦ୍ରଜିତ ବର୍ତମାନ ବିଦେଶରେ ରହୁଛନ୍ତି । ତେବେ ୨୦୨୨ ପଂଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ମିଳିଥିଲା ବିପୁଳ ବିଜୟ । ଚ୍ୟାଲେଂଜ ଓ ରିସ୍କ ନେଇ କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲେ । ନିର୍ବାଚନ ଫଳାଫଳରେ ରେର୍କଡ ସ୍ତରରେ ଭୋଟ ହାତେଇ ମାନ ହୋଇଥିଲେ ପଂଜାବର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ।