ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ

634

କନକ ବ୍ୟୁରୋ: ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ମ ସ୍ଥାନରୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜ ୭ଓଭରରେ ମାତ୍ର ୨୧ ରନ ଦେଇ ୬ଟି ଉଇକେଟ ନେଇଥିଲେ । ଏସିଆ କପ ଆରମ୍ଭ ପୂର୍ବରୁ ମହମ୍ମଦ ସିରାଜ ୬୪୩ ରେଟିଂ ପଏଂଟ ସହ ଦିନିକିଆ ରାଙ୍କିଙ୍ଗରେ ୯ରେ ଥିଲ । ପରେ ୮ମ ଆଉ ଏବେ ଏକ ନମ୍ବର ସ୍ଥାନରେ ପହଁଚିଛନ୍ତି ।