ଏଣିକି ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ଫଟୋ, ସ୍ୱର, ସଂଳାପ ଓ ଭାବଭଙ୍ଗୀ: ଅନିଲଙ୍କ ଆବେଦନ ଉପରେ ଶୁଣାଣୀ କରି ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

693

କନକ ବ୍ୟୁରୋ: ଏଣିକି ଆଉ ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର । ଅନୀଲଙ୍କ ଦ୍ୱାର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଅନୀଲଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ରଖି ବ୍ୟବହାର କରି ହେବନି । ଆବେଦନ କରି ଅନୀଲ କହିଥିଲେ ତାଙ୍କ ନାଁ, ସ୍ୱର, ଫଟୋ ଓ ସଂଳାପକୁ ବିନା ତାଙ୍କୁ ଅନୁମତିରେ ଏକାଧିକ ସୋସିଆଲ ମିଡିଆ ଓ ବିଭିନ୍ନ ବିଜ୍ଞାପନରେ ବ୍ୟବହାର କରାଯାଉଛି । ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ଓ ଏହା କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ କହିଥିଲେ ଅନିଲ ।