ମଧ୍ୟପ୍ରଦେଶରେ ଶୋଭା ପାଇବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତି: ଖଣ୍ଡବାରେ ସ୍ଥାପନ ହେବ ୧୦୮ଫୁଟ ଉଚ୍ଚତାର ବିଶାଳ ପ୍ରତିମା

143

କନକ ବ୍ୟୁରୋ: ଦୁନିଆ ଦେଖିବ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତିକୁ ସ୍ଥାପନ କରାଯିବ । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଷ୍ଟାଚ୍ୟୁ ଅଫ୍ ୱାନ୍ନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଇବ । ୧୮ ସେପ୍ଟେମ୍ବରରେ ଏହାର ଅନାବରଣ କାର୍ଯ୍ୟକ୍ରମ ଥିବା ବେଳେ ବର୍ଷା ଯୋଗୁଁ ଏବେ ୨୧ ତାରିଖରେ ଏହି କାର୍ଯ୍ୟକ୍ରମ କରାଯିବ । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ନ୍ୟାସୀ ହୋଇ ଓଁଙ୍କାରେଶ୍ୱରରେ ପହଂଚିଥିଲେ ।