ବିଦେଶ ଗସ୍ତବେଳେ ବିଭିନ୍ନ ପଦାଧିକାରୀଙ୍କୁ ମୋଦୀ ଦେଲେ ଦେଶୀ ଉପହାର, ଜାଣନ୍ତୁ କାହାକୁ ଦେଲେ କେଉଁ ଜିନିଷ

100

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଡେନମାର୍କ, ଜାପାନ ଓ ଫ୍ରାନ୍ସର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ସହ ଭେଟ କରି ଭାରତ ସହ ସେମାନଙ୍କ ବାଣିଜ୍ୟିକ. ଅର୍ଥନୈତିକ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି । ହେଲେ ସବୁଠାରୁ ବଡକଥା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବିଦେଶ ଗସ୍ତ ବେଳେ ଭାରତୀୟ କଳାକୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଭାରତୀୟ ସାମଗ୍ରୀକୁ ସେଠିକାର ପଦାଧିକାରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

ଏହି କ୍ରମରେ ସେ ସ୍ୱେଡନର ପ୍ରଧାନମନ୍ତ୍ରୀ ମାଗଡେଲେନା ଆଣ୍ଡରସନଙ୍କୁ କାଶ୍ମୀର ପଶ୍ଚିମିନା ଷ୍ଟୁଲ ସହ ପାଇପର ମ୍ୟାଚ ବକ୍ସ ଉପହାର ଦେଇଛନ୍ତି । କହିରଖୁ କି ଏହା କାଶ୍ମୀରର ଏକ ସ୍ୱତନ୍ତ୍ର କଳାକୃତି । ଏହା କାଶ୍ମୀରର ଏକ ସ୍ୱତନ୍ତ୍ର ଛେଳି ଲୋମରୁ ପ୍ରସ୍ତୁତ କରାଯାଇଥାଏ ।

ସେହିଭଳି ଡେନମାର୍କ ଗସ୍ତ ବେଳେ ସେଠିକାର ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଏକ କାନ୍ଥରେ ଟଙ୍ଗା ଯାଉଥିବା କଚ୍ ଏମ୍ବ୍ରୋଡରୀ ଉପହାର ଭାବେ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଗୁଜୁରାଟର କଚ ଅଞ୍ଚଳରେ ରହୁଥିବା ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।

ଅନ୍ୟପଟେ ନରୱେ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ପ୍ରଧାନମନ୍ତ୍ରୀଙ୍କୁ ଏକ ଢାଲ ଉପହାର ଦେଇଛନ୍ତି । ରାଜସ୍ଥାନର କୋଫ୍ଟଗିରୀ କଳାର ଏହା ଏକ ପ୍ରତୀକ ବୋଲି କୁହାଯାଏ । ରାଜା ରାଜୁଡା ଶାସନ ବେଳେ ଏହି ଢାଲକୁ ଯୁଦ୍ଧ ସମୟରେ ରାଜସ୍ଥାନବାସୀ ବ୍ୟବହାର କରନ୍ତି ବୋଲି କୁହାଯାଏ ।

 ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଏକ ପିତଳର ଗଛ ଉପହାରରେ ଦେଇଛନ୍ତି । ଏହାକୁ ଜୀବନର ଅଭିବୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ଗଛର ଶାଖାଗୁଡିକ ଉପରକୁ ଉଠି ବିକଶିତ ହୋଇଥାଏ ।


ଅନ୍ୟପଟେ ଡେନମାର୍କର ରାଜକନ୍ୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମିନାକାରୀ ପକ୍ଷୀ ଚିତ୍ର ଉପହାର ଦେଇଛନ୍ତି । ଏହା ରୂପାରେ ନିର୍ମିତ ହୋଇଥିବା ବେଳେ ଏହା ବାରଣାସୀର କଳାକୃତି ବୋଲି କୁହାଯାଇଛି ।


ସେହିଭଳି ଡେନମାର୍କର ରାଣୀ ମାଦଗ୍ରେଥେଙ୍କୁ ପ୍ରଧାନମନ୍ତ୍ରୀ ଗୁଜୁରାଟର ପ୍ରସ୍ତୁତ ଏକ ପ୍ରିଣ୍ଟିଙ୍ଗ କପଡା ଉପହାର ଦେଇଛନ୍ତି । ଏହି କପଡା ଉପରେ ସିଝାତେଲ ଓ ପରିବା ଦ୍ୱାରା କିଛି ଚିତ୍ର ଅଙ୍କା ଯାଇଛି ।

କେବଳ ସେତିକି ନୁହେଁ ଛତିଶଗଡର ଡୋକ୍ରା ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ମରୟର ଆକୃତିର ଡଙ୍ଗା ବି ସାଥିରେ ନେଇଥିଲେ ପ୍ରଧାନମନ୍ତ୍ରୀ । ଏହାକୁ ସେ ଡେନମାର୍କର ରାଣୀଙ୍କୁ ଉପହାର ଦେଇଛନ୍ତି ।