ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଂଚରେ ରୋଚକ ଦୃଶ୍ୟ । ବିଜେପି କର୍ମୀଙ୍କ ପାଦ ଛୁଇଁଁଲେ ପ୍ରଧାନମନ୍ତ୍ରୀ ମୋଦି ।

357

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ବେଳେ ମଂଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ ବସିଥିବା ସମୟରେ ଜଣେ ବିଜେପି କର୍ମୀ ତାଙ୍କ ପାଦ ଛୁଇଁବା ପାଇଁ ମୋଦିଙ୍କ ନିକଟକୁ ଆସିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କର୍ମୀ ଜଣଙ୍କୁ ଏପରି କରିବାରୁ ରୋକିବା ସହ ନିଜେ କର୍ମୀଙ୍କ ପାଦ ଛୁଇଁ ଅଭିବାଦନ ଗ୍ରହଣ କରିଥିଲେ । ଏହି କର୍ମୀ ଜଣକ ଅନୁପ ଚକ୍ରବର୍ତୀ ବୋଲି ଜଣାପଡିଛି । ପୂର୍ବ ମେଦିନୀପୁର ଜିଲ୍ଲାର କାଂଥି ଠାରେ ଚାଲିଥିବା ନିର୍ବାଚନୀ ସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମଂଚରେ ମୋଦିଙ୍କ ପାଦ ଛୁଇଁବାକୁ ଆସିଥିବା ଜଣେ କର୍ମୀଙ୍କୁ ଏହା କରିବାରୁ ମୋଦି ମନା କରିବା ସହ ନିଜେ ନଇଁ ଯାଇ କର୍ମୀଙ୍କ ପାଦ ଛୁଇଁଥିଲେ । ଏହି ଭିଡିଓକୁ ବିଜେପି ପକ୍ଷରୁ ସେୟାର କରାଯିବା ସହ ଏହାକୁ ସଂସ୍କାର ବୋଲି କହିଛି । ଏହାସହ ବିଜେପି କର୍ମୀଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ସମ୍ମାନର ନିଦର୍ଶନ ବୋଲି କୁହାଯାଇଛି ।