ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ସାବଧାନ ! ଆଖି ନଷ୍ଟ କରିଦେଇପାରେ ମୋବାଇଲ୍

394

କନକ ବ୍ୟୁରୋ : ଅତ୍ୟଧୀକ ଫୋନ ବ୍ୟବହାର କରୁଥିବା ଲୋକେ ସାବଧାନ ହୋଇଯାଆନ୍ତୁ । କାହିଁକିନା ମାତ୍ରାଧିକ ଫୋନ ବ୍ୟବହାର ଆପଣଙ୍କ ଆଖିକୁ ନଷ୍ଟ କରିଦେଇପାରେ । ଏପରି କହିବାର କାରଣ ହେଉଛି, ହାଇଦ୍ରାବାଦର ଜଣେ ୩୦ବର୍ଷିୟ ଯୁବତୀ ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରି ଦୃଷ୍ଟିଶକ୍ତି ହରାଇଥିବା ଘଟଣା ସାରା ଦେଶରେ ଏବେ ଚିନ୍ତାର ବିସୟ ପାଲଟିଯାଇଛି ।

ତେବେ ଯୁବତୀ ଜଣକ ଅନ୍ଧାର କୋଠରୀରେ ୨ଘଣ୍ଟାରୁ ଅଧିକ ସମୟ ମୋବାଇଲ୍ ବ୍ୟବହାର କରୁଥିଲେ । ଦିନେ ଯୁବତୀ ଜଣକ ରାତିରେ ୱାସରୁମ୍ ଯିବା ବେଳେ ହଠାତ୍ ତାଙ୍କ ଆଖିକୁ ଆଉ କିଛି ଦେଖାଯାଉନଥିଲା । ପରେ ପୁଣି କିଛି ସମୟ ପରେ ସବୁ ଦେଖାଯାଉଥିଲା । ଏହା ପାଖାପାଖି ଦେଢ ବର୍ଷ ଚାଲିବା ପରେ ଯୁବତା ଜଣକ ଡାକ୍ତରଙ୍କ ପରାମର୍ଶ କରିଥିଲେ । ସବୁ ଠିକ୍ ଠାକ୍ ଥିବା ଡାକ୍ତର କହିବା ପରେ ପୁଣି ସନ୍ଦେହରେ ସ୍ନାୟୁ ବିଶେଷଜ୍ଞଙ୍କୁ ପରାମର୍ଶ କରିଥିଲେ ଯୁବତୀ ସେଠାରେ ଡାକ୍ତର ତାଙ୍କୁ ମୋବାଇଲ୍ ବ୍ୟବହାର କାରଣରୁ ଏପରି ହୋଇଥିବା କହିଥିଲେ । ପରେ ଡାକ୍ତର ତାଙ୍କୁ ମୋବାଇଲ୍ ଏବଂ ଲାପଟପ୍ ଠାରୁ ଦୁରେଇ ରହିବାକୁ କହିଥିଲେ । ଯୁବତୀ ଜଣକ ଡାକ୍ତରଙ୍କ କଥା ମାନି ମୋବାଇଲ୍ ଏବଂ ଲାପଟପ୍ ଠାରୁ ଦୁରେଇ ରହିବା ପରେ ଏବେ ଆଖି ସମସ୍ୟାରୁ ସାମାନ୍ୟ ମୁକ୍ତି ମିଳିଛି ବୋଲି ଯୁବତୀ କହିଛନ୍ତି ।