ଟାଇଟାନିକ ଜାହଜ ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଉ ଫେରିଲାନି ଟାଇଟନ । ନିଖୋଜ ବୁଡ଼ାଜାହଜ ଠାବ, ସମସ୍ତ ୫ ଯାତ୍ରୀ ମୃତ

2,162

କନକ ବ୍ୟୁରୋ : କିଏ ଭାବିଥିଲା ଏହି ଜଳଯାତ୍ରା ହେବ ଶେଷ ଯାତ୍ରା । କିଏ ଜାଣିଥିଲା କିଛି ସ୍ୱପ୍ନ କାଳ ସାଜିବ । ଟାଇଟନିକ ଜାହାଜର ଅବଶେଷ ଦେଖିବାକୁ ଯାଇ ଜୀବନ ଶେଷ ହୋଇଯିବ । କାହାର ଇଚ୍ଛା ଥିଲା , କିଏ ବାଧ୍ୟରେ ଯାଇଥିଲା , ହେଲେ ଏହି ଦୁଃସାହସିକତା ଏପରି ଭୟଙ୍କର ହେବ କେହି କଳ୍ପନା କରିନଥିଲେ । ଟାଇଟାନିକ ଅବଶେଷ ଦେଖିବାକୁ ଯାଇ ୫ ଜଣ ଆଟଲାଣ୍ଟିକ ମହାସାଗର ଭିତରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଥିଲେ ବ୍ରିଟିଶରେ ରହୁଥିବା ପାକିସ୍ତାନର କୋଟିପତି ନାଗରିକ ଶାହଜାଦା ଦାଉଦ ଓ ତାଙ୍କ ପୁଅ ୧୯ ବର୍ଷୀୟ ସୁଲେମାନ । ଏହି ଦୁଃସାହସିକ ଅଭିଯାନରେ ଯିବାକୁ ସୁଲେମାନ ଖୁବ ଭୟ କରୁଥିଲେ । ହେଲେ ବାପା ଶାହାଜାଦାଙ୍କ ଟାଇଟନିକ ମୋହ ଯୋଗୁଁ ସେ ବାଧ୍ୟରେ ଯାଇଥିଲେ । ଅନ୍ୟପଟେ ଦୁର୍ଘଟଣାଗସ୍ତ ଟାଇଟନ ଭିତରେ ପାକିସ୍ତାନୀ କୋଟିପତି ଶାହାଜାଦ ଓ ତାଙ୍କ ପୁଅ ସୁଲେମାନ ଦାଉଦଙ୍କ ବ୍ୟତୀତ ବ୍ରିଟିଶ ବ୍ୟବସାୟୀ ହାମିସ ହାର୍ଡ଼ିଂ, ଫ୍ରାନ୍ସ ନୈାସେନାର ଡ଼ାଇଭର ପଲ୍ ହେନରୀ ନାର୍ଜିଲେଟ ଏବଂ ଓସେନଗେଟ୍ ସିଇଓ ଷ୍ଟକଟନ ରସ୍ ସାମିଲ ଥିଲେ ।

ଏକ ଦୁଃସାହସିକ ଯାତ୍ରାରେ ଯାଇଥିବା ଏହି ୫ ଜଣ ଯାତ୍ରୀଙ୍କ ଯାତ୍ରା ଶେଷ ଯାତ୍ରା ପାଲଟିଛି । ତେବେ ‘କାଟାଷ୍ଟ୍ରଫିକ ଇମପ୍ଲୋସନ’ ଯୋଗୁଁ ଏହି ବୁଡ଼ାଜାହାଜ ଦୁର୍ଘଟଣାର ଶିକାର ହୋଇଥିବା କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି । ଏହାର ଅର୍ଥ ହେଉଛି ବୁଡାଜାହାଜ ଭିତରେ ଅତ୍ୟଧିକ ଚାପ ସୃଷ୍ଟି ଓ ପରେ ଏକ ବିସ୍ଫୋରଣ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାଗସ୍ତ ଟାଇଟନ ବୁଡ଼ାଜାହାଜରେ ପ୍ରାୟ ୯୬ ଘଂଟା ପର୍ଯ୍ୟନ୍ତ ଲାଇଫ ସପୋର୍ଟ ସିଷ୍ଟମ ରହିଥିଲା । କ୍ରମଶ ଅମ୍ଳଜାନ ସରିବା ସହ ଶେଷ ହୋଇଥିଲା ୫ଜଣ ଯାତ୍ରୀଙ୍କ ଜୀବନ । ମୃତ୍ୟୁ ଖବରକୁ ଆମେରିକା କୋଷ୍ଟଗାର୍ଡ଼ ପକ୍ଷରୁ ସ୍ପଷ୍ଟ କରାଯାଇଛି ।