ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଲେ ହରନାଜ କୌର । ପଢନ୍ତୁ, କଣ ଥିଲା ସେହି ପ୍ରଶ୍ନ?

1,493

କନକ ବ୍ୟୁରୋ: ଭାରତକୁ ମିଳିଛି ଚଳିତ ବର୍ଷର ମିସ୍ ୟନିଭର୍ସ ଟାଇଟଲ । ଚଣ୍ଡୀଗଡର ଝିଅ ହରନାଜ କୌର ସନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ଟାଇଟଲ ଜିତିଛନ୍ତି । ତେବେ ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀଙ୍କୁ ହରାଇ ଏହି ଟାଇଟଲ ହାତେଇଛନ୍ତି ହରନାଜ କୌର । ତେବେ ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଏହି ଟାଇଟଲ ମିଳିଛି । ଏହାପୂର୍ବରୁ ୨୦୦୦ ମସିହାରେ ଶେଷ ଥର ପାଇଁ ଲାରା ଦତ୍ତ ମିସ୍ ୟୁନିଭର୍ସ ଜିତିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟପ୍-୩ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା । ଯାହାକି ଏହି ପ୍ରତିଯୋଗିତାର ବିଜେତା ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ଏହି ପ୍ରତିଯୋଗିତାର ହୋଷ୍ଟ ଷ୍ଟିଭ ହାର୍ବି ପଚାରିଥିଲେ “ଆଜିର ଦିନରେ ଯୁବତୀମାନଙ୍କୁ ଆପଣ କଣ ପରାମର୍ଶ ଦେବାକୁ ଚାହିଁବେ, ସେମାନେ କେମିତି ନିଜ ଜୀବନରେ ମାନସିକ ଚାପକୁ ସାମ୍ନା କରିବେ?”

ଏହି ପ୍ରଶ୍ନର ଉତ୍ତର ଦେଇ ହରନାଜ କୌର କହିଥିଲେ, ଆଜିର ସମୟରେ ଯୁବତୀମାନେ ସାମ୍ନା କରୁଥିବା ଚାପ ଭିତରୁ ଗୋଟିଏ ହେଲା, ନିଜ ଉପରେ ବିଶ୍ୱାସ କରିବା । ଆପଣ ସ୍ୱତନ୍ତ୍ର ଅଟନ୍ତି, ଏହି କଥା ହିଁ ସମସ୍ତଙ୍କୁ ଅଧିକ ସୁନ୍ଦର କରିଥାଏ । ଅନ୍ୟକୁ ନିଜ ସହିତ ତୁଳନା କରିବା ବନ୍ଦ କରନ୍ତୁ , ଦୁନିଆରେ ହେଉଥିବା ଜରୁରୀ ଜିନିଷ ଉପରେ କଥା ହୁଅନ୍ତୁ । ବାହାରକୁ ଆସନ୍ତୁ ଆଉ ନିଜ ସହିତ କଥା ହୁଅନ୍ତୁ…କାହିଁକି ନା ଆପଣ ହେଉଛନ୍ତି ନିଜ ନିଜର ଲିଡର । ଆପଣ ନିଜର ଆବାଜ ଅଟନ୍ତି । ମୁଁ ନିଜେ ମୋ ଉପରେ ଭରସା କରିଥାଏ । ସେଥିପାଇଁ ଆଜି ଏଠାରେ ଛିଡା ହୋଇପାରିଛି ।

ହରନାଜଙ୍କ ଏହି ଜବାବ ଜଜମାନଙ୍କୁ ଖୁସି କରିଦେଇଥିଲା । ତା ସହିତ ଏହି ପ୍ରତିଯୋଗିତାର ହୋଷ୍ଟ ଥିବା ଷ୍ଟିଭ୍ ହାର୍ବି ମଧ୍ୟ ହରନାଜଙ୍କ ଉତ୍ତରରେ ସନ୍ତୋଷ ବ୍ୟକ୍ତ କରିଥିଲେ । ହାର୍ବି କହିଥିଲେ, ଏହା ବିଲକୁଲ୍ ଠିକ୍ କଥା । ତେବେ ଜାଣିରଖିବା ଉଚିତ୍ ଯେ, ଏହି ପ୍ରତିଯୋଗିତାର ସିଲେକ୍ସନ କମିଟିରେ ୨୦୧୫ର ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଥିବା ଉର୍ବଶୀ ରୌତେଲା ମଧ୍ୟ ରହିଥିଲେ । ତାଙ୍କ ସହିତ ଅନ୍ୟ ଜଜମାନେ ମଧ୍ୟ ଏହି ପ୍ରତିଯୋଗିତାର ବିଜେତା ଚୟନ କରିଥିଲେ ।

 

View this post on Instagram

 

A post shared by Miss Universe (@missuniverse)

ସୂଚନାଯୋଗ୍ୟ ଯେ, ହରନାଜ କୌର ହେଉଛନ୍ତିି ଭାରତର ଚଣ୍ଡୀଗଡର ବାସିନ୍ଧା । ତାଙ୍କର ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା । ତେବେ ମିଳିଥିିବା ସୂଚନା ମୁତାବକ, ହରନାଜ ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ଟାଇଟଲ ଜିତିଥିଲେ । ଦୁଇ ଦୁଇଟି ଟାଇଟଲ ଜିତିବା ପରେ ସେ ୨୦୧୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ଟପ୍ ୧୨ରେ ମଧ୍ୟ ସ୍ଥାନ ପାଇଥିଲେ ।