ଦିନେ ଷ୍ଟେଜ ସୋରେ ଚମକୁଥିଲେ ଏହି ମଡେଲ, ହେଲେ ଜାଣନ୍ତୁ ଏବେ କାହିଁକି ବିକୁଛନ୍ତି ଚା ?

361

କନକ ବ୍ୟୁରୋ : ଆପଣମାନେ ଆଗରୁ ଏଭଳି ଅନେକ ଖବର ଶୁଣିଛନ୍ତି । କୋଲକତାର ଜଣେ ଝିଅ ଇଂଗ୍ରାଜୀରେ ଉଚ୍ଚଶିକ୍ଷିତା ହେବା ପରେ ଗୁଜୁରାଣ ମେଣ୍ଟାଇବାକୁ ଚା ଦୋକାନ କରୁଛନ୍ତି ଓ ତାଙ୍କ ଚା ଦୋକାନର ନାମ ଇଂଲିସ ଏମଏ ଚା ଦୋକାନ ରଖିଛନ୍ତି । ସେହିଭଳି ବିହାରର ଜଣେ ଝିଅ ମଧ୍ୟ ଗ୍ରାଜୁଏସନ କରିବା ପରେ ଚା ଦୋକାନ କରି ଚର୍ଚ୍ଚାକୁ ଆସିଥିଲେ । ସେ ତାଙ୍କ ଦୋକାନର ନାମ ଗ୍ରାଜୁଏଟ ଚା ଦୋକାନ ବୋଲି ରଖିଥିଲେ । ହେଲେ ଏବେ ଟିକେ ନିଆରା ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ଗୋରଖପୁରରେ ଜଣେ ମଡେଲ ରାସ୍ତା କଡରେ ଚା ବିକୁଛନ୍ତି । ଏହି ମଡେଲ ଜଣଙ୍କ ଦିନେ ମିସ୍ ଗୋରଖପୁର ପୁରସ୍କାର ପାଇଥିଲେ । ମଡେଲିଂ ଦୁନିଆରେ ମଧ୍ୟ ବେଶ୍ ନାମ କମାଇଛନ୍ତି । ଏନେଇ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିମରନ ଗୁପ୍ତା ୨୦୧୮ ମସିହାରେ ମିସ୍ ଗୋରଖପୁର ପୁରସ୍କାର ପାଇଥିଲେ । ସେ କହିଛନ୍ତି କି, ମଡେଲିଂ ଦୁନିଆରେ ସେ ଠିକଠାକ୍ ଥିଲେ । ହେଲେ କରୋନା କାରଣରୁ ତାଙ୍କୁ ବିଶେଷ କାମ ମିଳିନଥିଲା । ଫଳରେ ନିଜେ ଚଳିବା ସହ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ତାଙ୍କୁ ଅନ୍ୟ କୌଣସି ସ୍ଥାନରେ କାମ ମଳିନଥିଲା । ଶେଷରେ ସେ ଚା ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସିମରନଙ୍କ ପରିବାର କଥା କହିଲେ ତାଙ୍କର ଜଣେ ଭାଇ ଅଛନ୍ତି । ହେଲେ ସେ ଜନ୍ମରୁ ଦିବ୍ୟାଙ୍ଗ, ପରିବାରର ରୋଜଗାର ମଧ୍ୟ ସୀମିତ । ଏନେଇ ସିମରନ ଗୋଟିଏ ସ୍ଥାନରେ ଚାକିରି ମଧ୍ୟ କରିଥିଲେ । ହେଲେ ସେଠାରେ ଦରମା ଠିକଠାକ୍ ମଳିନଥିଲା । ସିମରନ କହିଛନ୍ତି କି ପାଟନାର ଗ୍ରାଜୁଏଟ ଚାଏବାଲା ହେଉଛନ୍ତି ତାଙ୍କର ଆଦର୍ଶ । ତାଙ୍କୁ ଦେଖି ସେ ବେଶ୍ ପ୍ରଭାବିତ ହୋଇଥିଲେ ।