ବନ୍ଧୁକ ଧରି ବାଘ ଖୋଜୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ! ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

28

ବାଘ ଖୋଜୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ । ହାତରେ ବନ୍ଧୁକ ଧରି ଚିତାବାଘ ଖୋଜିବାକୁ ଜଙ୍ଗଲକୁ ବାହାରିଛନ୍ତିମନ୍ତ୍ରୀ । ତେବେ ମନ୍ତ୍ରୀ ବୀର ପଣିଆ ଦେଖାଇବାକୁ ଯାଇ ଏବେ ବିବାଦରେ ଫଶି ଯାଇଛନ୍ତି । ଚିତାବାଘ ଖୋଜିବାକୁ ଯାଇଥିବା ମନ୍ତ୍ରୀ ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ଚିତାବାଘ ଖୋଜିବାକୁ ଯାଇଥିବା ବେଳେ ମନ୍ତ୍ରୀ ବନ୍ଧୁକ ନେଇ ଯାଇଥିବାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

girish-mahajan-1_15118515ସୂଚନା ଅନୁଯାୟୀ, ଜଲଗାଓଁର ଚାଳିଶଗାଓଁ ଅଞ୍ଚଳରେ ଗତ କିଛି ଦିନ ଧରି ଏକ ଚିତାବାଘ ଆତଙ୍କ ଖେଳାଇଥିଲା । ଏପରିକି ଗତ ୪୫ ଦିନ ମଧ୍ୟରେ ଚିତାବାଘର ଆକ୍ରମଣରେ ୫ ଜଣଙ୍କ ଲୋକଙ୍କର ମୃତ୍ୟୁ ହୋଇଥିଲା । ତେବେ କିଛିଦିନ ପୂର୍ବରୁ ଏହି ଚିତାବାଘ ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଥିଲେ । ଏହି ଘଟଣା ମହାରାଷ୍ଟ୍ରର ଜଳ ସଂପଦ ମନ୍ତ୍ରୀ ଗୀରିଷ ମହାଜନଙ୍କ ନଜରକୁ ଆସିବା ପରେ ଏହାର ପ୍ରତିକାର ପାଇଁ ବନବିଭାଗ କର୍ମୀଙ୍କ ସହ ମିଶି ଚିତାବାଘ ଖୋଜିବା ଅଭିଯାନରେ ସାମିଲ ହୋଇଥିଲେ ।

କିନ୍ତୁ ଚିତାବାଘକୁ ଖୋଜିବାକୁ ଯିବା ବେଳେ ସାଙ୍ଗରେ ବନ୍ଧୁକ ନେଇ ଯାଇଥିଲେ ମନ୍ତ୍ରୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ମନ୍ତ୍ରୀଙ୍କ ଏଭଳି କାଯ୍ୟକଳାପକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସାଙ୍ଗରେ ସବୁବେଳେ ବନ୍ଧୁକ ଧରିଯିବା ମନ୍ତ୍ରୀଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକଥର ଦେଖିବାକୁ ମିଳିଛି । ଏକ ସ୍କୁଲ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେବାକୁ ଯାଇଥିବା ବେଳେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ୫୭ ବର୍ଷିୟ ମହାରାଷ୍ଟ୍ର ମନ୍ତ୍ରୀ ଗିରୀଶ କରାଟେରେ ବ୍ଲାକବ୍ଲେଟ ହାସଲ କରିଛନ୍ତି । ସେ କହିଛନ୍ତି, ତାଙ୍କ ପାଖରେ ଥିବା ବନ୍ଧୁକଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ । ତେଣୁ ସାଙ୍ଗରେ ଏହାକୁ ନେବାରେ କୌଣସି ଅସୁବିଧା ନାହିଁ ।