ଜମ୍ମୁକଶ୍ମୀରର ପୁଞ୍ଝରେ ବସ ଦୁର୍ଘଟଣା, ୧୨ମୃତ : ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶୀ ଘୋଷଣା

84

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ପୁଞ୍ଝଠାରେ ଏକ ବସ ଦୁର୍ଘଟଣାରେ ଘାଟି ମଧ୍ୟକୁ ଖସିପଡ଼ିଛି । ପୁଞ୍ଝ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୁଚନା ରହିଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ଜୀବନ ଯାଇଛି । ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି । ବସଟି ସୁଜିୟାନରୁ ମାଣ୍ଡି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ସ୍ଥାନୀୟ ଲୋକେ ,ପୁଲିସ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶୀ ଘୋଷଣା କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।