ପଶ୍ଚିମା ଝଡ ପ୍ରଭାବ : ଆଜିଠୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ କୁଆପଥର ସହ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ୪୦ରୁ ୫୦ କିଲୋମିଟରେ ବେଗରେ ବହିବ ପବନ

251

କନକ ବ୍ୟୁରୋ : ଆଜିଠୁ ପଶ୍ଚିମା ଝଡ଼ । ଆଜିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ । ଆଜି ଏବଂ ଆସନ୍ତାକାଲି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଳକନ କରାଯାଇଛି । ଆଜି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ୫୦ କିଲୋମିଟର ବେଗରେ ପବନ ବହିବ ।

କିଛି ସ୍ଥାନରେ କୁଆପଥର ମାଡ ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଓ ଗଜପତି ଜିଲ୍ଲା କିଛି ଅଂଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଆସନ୍ତାକାଲି ସମଗ୍ର ଉପକୂଳ ଏବଂ ଆଖପାଖ ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ହେବ । ଆସନ୍ତା ୪ରୁ ୫ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ପରେ ୩୦ ତାରିଖରେ ସୃଷ୍ଟି ହେବ ଆଉ ଏକ ପଶ୍ଚିମା ଝଡ । ଯାହାର ପ୍ରଭାବ ଏପ୍ରିଲ ୨ ପର୍ଯ୍ୟନ୍ତ ଉପକୂଳ ଓ ଉତର ଓଡ଼ିଶାରେ ଦେଖିବାକୁ ମିଳିବ । ଗତ ସପ୍ତାହରେ ପଶ୍ଚିମାଝଡ ପ୍ରଭାବ ସାରା ରାଜ୍ୟରେ ପଡିଥିଲା । ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଫଶ୍ଚିମାଝଡ ପ୍ରଭାବରେ ବ୍ୟାପକ ବର୍ଷା ହୋଇଥିଲା । ଏଥିପାଇଁ କିଛି ସ୍ଥାନରେ ଫସଲ ନଷ୍ଟ ବି ହୋଇଥିଲା ।