କୋବିନ୍ଦଙ୍କ ସହ ଲଢିବେ ମୀରା ! ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଟକ୍କର ଦେବେ ମୀରା କୁମାର

32

କନକ ବ୍ୟୁରୋ : ରାମନାଥ ବନାମ ମୀରା କୁମାର । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଟକ୍କର ଦେବେ ପୂର୍ବତନ ବାଚସ୍ପତି ମୀରା କୁମାର । ୟୁପିଏ ନେତୃତ୍ୱରେ ୧୬ରୁ ୧୭ ଟି ବିରୋଧୀ ଦଳ ଆଜି ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିବାକୁ ଘୋଷଣା କରିଛନ୍ତି । ଏଥର ରାଇସିନା ରେସରେ ହେବ ଦଳିତ ବନାମ ଦଳିତ ଟକ୍କର । ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିପକ୍ଷରେ ଲଢିବେ ମୀରା କୁମାର ।

ଲୋକସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଏହି ୭୨ ବର୍ଷୀୟ ଦଳିତ ନେତ୍ରୀଙ୍କୁ ଏନଡିଏର ଦଳିତ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ଠିଆ କରି ବିରୋଧୀ ଅନେକଙ୍କୁ ଦ୍ୱନ୍ଦରେ ପକାଇ ଦେଇଛନ୍ତି । କାରଣ ବହୁଜନ ସମାଜପାର୍ଟି ନେତ୍ରୀ ମୟାବତୀ କହିଥିଲେ, ରାମନାଥ ଜଣେ ଦଳିତ ହୋଇଥିବାରୁ ସେ ତାଙ୍କୁ ସମର୍ଥନ କରୁଛନ୍ତି । ଏପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୀରା କୁମାରଙ୍କୁ ସମର୍ଥନ କହିଁକି ଦେବେ ନାହିଁ, ସେ ନେଇ ତାଙ୍କର ଉତ୍ତରକୁ ଅନେକ ଅପେକ୍ଷା କରିବେ ।

ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ରାମନାଥଙ୍କୁ ବିଜୟୀ କରାଇବା ପାଇଁ ଏନଡିଏ ପାଖରେ ସଂଖ୍ୟା ରହିଛି । କିନ୍ତୁ ନିଜ ପ୍ରାର୍ଥୀଙ୍କୁ ସମସ୍ତଙ୍କ ସମର୍ଥନରେ କିମ୍ବା ଅଧିକ ବିଜୟ ବ୍ୟବଧାନ ଏନଡିଏର ଲକ୍ଷ୍ୟକୁ ଝଟକା ଲାଗିପାରେ ।