ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା?

206

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ ।

ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ

ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ

ମେ ୭ (ଶୁକ୍ରବାର) ହିନ୍ଦୀ

ମେ ୮(ଶନିବାର) ସଂସ୍କୃତ 

ମେ ୧୦ (ସୋମବାର)ଗଣିତ ପରୀକ୍ଷା

ମେ ୧୨(ବୁଧବାର) ବିଜ୍ଞାନ

ମେ ୧୫ (ଶନିବାର) ସାମାଜିକ ବିଜ୍ଞାନ

ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ଯାଏଁ ଚାଲିବ ।