କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲୁଥିବା ଅଭିଯୋଗ ।

387

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁୁରିବୁଲୁଛି ପ୍ରଶ୍ନପତ୍ର, ଯେଉଁଥିରେ ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେିବାକୁ ମିଳିଛି । କହିରଖୁଁ ପୂର୍ବରୁ କେନ୍ଦୁଝରରୁ ହିଁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା ।